ଶପଥ ସମାରୋହରେ ନବୀନଙ୍କ ସହ ହାତ ମିଳାଇଲେ ମୋଦି, ହସି ହସି କହିଲେ…

ଭୁବନେଶ୍ୱର,୧୨।୬: ଓଡ଼ିଶାରେ ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝି ଶପଥ ଗ୍ରହଣ କରିଛନ୍ତି। ତାଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ କେଭି ସିଂ ଦେଓ ଓ ପ୍ରଭାତୀ ପରିଡା ମଧ୍ୟ ଶପଥ ନେଇଛନ୍ତି। ଶପଥ ସମାରୋହ ଶେଷ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଷ୍ଟେଜ ଉପରେ ହାତ ମିଳାଇ କଥା ହେଉଥିବାର ଦେଖାଯାଇଛି।

ଶପଥ ଗ୍ରହଣ ସମାରୋହ ପରେ ମୋଦି ଓ ନବୀନ ପରସ୍ପର ସହ କଥା ହେବା ସହ ହାତ ମିଳାଇଛନ୍ତି। ଏଥିସହ କିଛି ସମୟ ପାଇଁ ଦୁହେଁ ବହୁତ ଖୁସି ମିଜାଜରେ ପରସ୍ପର ସହ କଥା ହୋଇଛନ୍ତି।

Share