Categories: ଜାତୀୟ

‘ଧନ୍ୟବାଦ ଦୁବାଇ’,କପ ୨୮ ସମ୍ମିଳନୀରୁ ଫେରିବା ପରେ ଭିଡିଓ ଶେୟାର କଲେ ମୋଦି

ନୂଆଦିଲ୍ଲୀ,୨।୧୨: ଦୁବାଇରେ ଅନୁଷ୍ଠିତ ବିଶ୍ୱ ଜଳବାୟୁ କାର୍ଯ୍ୟ ଶିଖର ସମ୍ମିଳନୀରେ ଯୋଗଦେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଭାରତ ଫେରିଛନ୍ତି। ଏହି ସମୟରେ ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏହି ଶିଖର ସମ୍ମିଳନୀ ସହ ଜଡିତ ଗୁରୁତ୍ୱପୂର୍ଣ୍ଣ ମୂହୁର୍ତ୍ତର ଏକ ଭିଡିଓ ଶେୟାର କରି କହିଥିଲେ, ‘ଧନ୍ୟବାଦ ଦୁବାଇ’।

ପ୍ରଧାନମନ୍ତ୍ରୀ ମୋଦିଙ୍କ ଦୁଇ ମିନିଟର ଲମ୍ବା ଭିଡିଓ ତାଙ୍କ ଦିନବ୍ୟାପୀ କାର୍ଯ୍ୟକ୍ରମର ଝଲକ ଉପସ୍ଥାପନ କରିଛି। ଏହାପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ) ‘ଏକ୍ସ’ରେ ଥିବା ଏକ ପୋଷ୍ଟରେ ଏକ ଫଟୋ ଶେୟାର କରିଛନ୍ତି ଯେଉଁଥିରେ ସେ ସ୍ବଦେଶ ପ୍ରସ୍ଥାନ କରୁଥିବା ନଜର ଆସିଛନ୍ତି। ପିଏମଓ ପୋଷ୍ଟ କରିଛି, ‘କପ ୨୮ୟୁଏଇ ସମ୍ମିଳନୀ ପାଇଁ ଦୁବାଇ ଗସ୍ତ ଶେଷ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି।’

Share