Categories: ଜାତୀୟ

ମୋଦି ଦିଅନ୍ତୁ ଇସ୍ତଫା, ତେଜସ୍ବୀ କାହିଁକି ଦେବେ: ତେଜପ୍ରତାପ…

ପାଟନା,୪।୭ : ରାଷ୍ଟ୍ରhୟ ଜନତା ଦଳ (ଆରଜେଡି) ସୁପ୍ରିମୋ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ବଡ଼ ପୁଅ ଏବଂ ବିହାର ସରକାରଙ୍କ ପରିବେଶ ମନ୍ତ୍ରୀ ତେଜ ପ୍ରତାପ ଯାଦବ ତାଙ୍କ ବିବୃତ୍ତି ନେଇ ପ୍ରାୟତଃ ଆଲୋଚନାରେ ରହିଥାନ୍ତି। ତେଜ ପ୍ରତାପ ଯାଦବ ତାଙ୍କ ବିବୃତ୍ତି ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ମଙ୍ଗଳବାର ସେ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବଙ୍କ ଇସ୍ତଫା ଦେବା ନେଇ ପ୍ରଶ୍ନର ଉତ୍ତjରରେ ଖବରଦାତାଙ୍କୁ କହିଛନ୍ତି, ତେଜସ୍ବୀ କାହିଁକି ଇସ୍ତଫା ଦେବେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇସ୍ତଫା ଦିଅନ୍ତୁ।

ଚାକିରି ସ୍କାମ ମାମଲାରେ ସିବିଆଇ ଦିଲ୍ଲୀର ରାଉସ ଆଭେନ୍ୟୁ କୋର୍ଟରେ ଏକ ଚାର୍ଜଶିଟ ଦାଖଲ କରିଛି। ଏହି ଚାର୍ଜଶିଟରେ ତେଜସ୍ବୀଙ୍କ କମ୍ପାନୀ ସମେତ ଅନ୍ୟ ଅନେକଙ୍କୁ ଅଭିଯୁକ୍ତ ବୋଲି ଦର୍ଶାଯାଇଛି। ଜୁଲାଇ ୧୨ ରେ ରାଉସ ଆଭେନ୍ୟୁ କୋର୍ଟ ଏହି ମାମଲାର ଶୁଣାଣି କରିବେ। ସିବିଆଇ ପୂର୍ବରୁ କେନ୍ଦ୍ର ରେଳ ମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ, ବିହାରର ପୂର୍ବତନ ସିଏମ ରାବ୍ରି ଦେବୀ ଏବଂ ଅନ୍ୟାନ୍ୟ ଜମି ଦୁର୍ନୀତି ମାମଲାରେ ଚାର୍ଜଶିଟ ଦାଖଲ କରିସାରିଛି।

ପ୍ରଶ୍ନର ଉତ୍ତରରେ ତେଜ ପ୍ରତାପ କହିଛନ୍ତି ଭାଜପା-ଆରଏସଏସ ଲୋକମାନେ ଏସବୁ କରୁଛନ୍ତି। ଏହି ଲୋକମାନେ ଦେଖିଛନ୍ତି ମହାମେଣ୍ଟ ଏକ ହୋଇଗଲାଣି। ମହାମେଣ୍ଟ ଶକ୍ତି ଦେଖିବା ପରେ ସେମାନେ ନିରାଶ ହୋଇଯାଇଛନ୍ତି। ମୋଦି ଦେଶକୁ ଲୁଟ କରିଛନ୍ତି, ସେ ଇସ୍ତଫା ଦେବା ଉଚିତ ତେଜସ୍ବୀ କାହିଁକି ଇସ୍ତଫା ଦେବେ?

Share