Posted inଜାତୀୟ

ମୋଦି ରାଜନୀତିରୁ ଅବସର ଗ୍ରହଣ କରିବା ଉଚିତ: କଂଗ୍ରେସ…

ନୂଆଦିଲ୍ଲୀ,୧୭।୧୦ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗରିବ ଲୋକଙ୍କ ସମସ୍ୟାକୁ ଅଣଦେଖା କରୁଥିବା ନେଇ କଂଗ୍ରେସ ଅଭିଯୋଗ କରିଛନ୍ତି। ମଙ୍ଗଳବାର କଂଗ୍ରେସ ଅତ୍ୟାବଶ୍ୟକ ଦ୍ରବ୍ୟର ଆକାଶଛୁଆଁ ମୂଲ୍ୟକୁ ଦର୍ଶାଇ କେନ୍ଦ୍ରକୁ ଟାର୍ଗେଟ କରିଛି। ଦଳ ଦାବି କରିଛି ମୂଲ୍ୟ ବୃଦ୍ଧି ଯୋଗୁ ଗରିବ ଏବଂ ମଧ୍ୟବିତ୍ତ ପରିବାରର ଜୀବନ ଅତ୍ୟନ୍ତ ଦୁଃଖଦାୟକ ହୋଇଛି।

କଂଗ୍ରେସର ମହାସଚିବ ଜୟରାମ ରମେଶ କହିଛନ୍ତି ଦେଶର ଲୋକଙ୍କର ଆର୍ଥିକ ପରିସ୍ଥିତି ଅତ୍ୟନ୍ତ ଜଟିଳ ହୋଇପଡ଼ିଛି, କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ନେଇ ଚିନ୍ତିତ ନୁହଁନ୍ତି ।

ପ୍ରଧାନମନ୍ତ୍ରୀ ବିଭିନ୍ନ ଆକଳନ ଦେଖାଇ ଭ୍ରମିତ କରି ଲୋକଙ୍କୁ ପ୍ରତାରଣା ବନ୍ଦ କରିବା ଉଚିତ ଏବଂ ଏବେ ରାଜନୀତିରୁ ଅବସର ଗ୍ରହଣ କରିବା ଉଚିତ। ପ୍ରଧାନମନ୍ତ୍ରୀ ମୋଦି ପଦ ଛାଡିବା ପରେ ହିଁ ଦେଶ ମୋଦିଙ୍କ ଦ୍ୱାରା ହୋଇଥିବା ମୁଦ୍ରାସ୍ଫୀତିରୁ ମୁକ୍ତି ପାଇବ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ ଖାଦ୍ୟ ମୂଲ୍ୟ ଯୋଗୁ ହୋଲସେଲ ମୂଲ୍ୟ ସୂଚକାଙ୍କ ଭିତ୍ତିକ ମୁଦ୍ରାସ୍ଫୀତି ସେପ୍ଟେମ୍ବରରେ ମଧ୍ୟ ନକାରାତ୍ମକ ରେକର୍ଡ କରାଯାଇଥିଲା। କ୍ରମାଗତ ଷଷ୍ଠ ମାସ ପାଇଁ ଏହା ମାଇନସ ୦.୨୬ ପ୍ରତିଶତ ରହିଛି। ଯେତେବେଳେ ଜରୁରୀ ଦ୍ରବ୍ୟର ମୂଲ୍ୟ କ୍ରମାଗତ ଭାବେ ବଢୁଛି, ଦେତେବେଳେ ହୋଲସେଲ ମୁଦ୍ରାସ୍ଫୀତି ତଥ୍ୟ ହ୍ରାସ ପାଇବ କିଭଳି। ଏଭଳି ଆକଳନ କରିବା ସମ୍ପୂର୍ଣ୍ଣ ଭୁଲ।

ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟରେ ଜୟରାମ ରମେଶ କହିଛନ୍ତି ମୂଲ୍ୟ ବୃଦ୍ଧି ଦ୍ୱାରା ଗରିବ ଏବଂ ମଧ୍ୟବିତ୍ତ ପରିବାରର ଜୀବନ ଦୁଃଖଦାୟକ ହୋଇ ପଡ଼ିଛି, କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ଏନେଇ ନିଘା ନାହିଁ। ଡାଲି ଏବଂ କ୍ଷୀର ପରି ବୈନିକ ଅତ୍ୟାବଶ୍ୟକ ଦ୍ରବ୍ୟର ମୂଲ୍ୟ ଆକାଶଛୁଆଁ ହୋଇଛି, ଏହି କାରଣରୁ ଏହି ପାର୍ବଣ ଋତୁରେ ସ୍ଥିତି ନୈରାଶ୍ୟ ଜନକ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

‘ମନ୍‌ କି ବାତ୍‌’ରେ ମୋଟୁ-ପତ୍‌ଲୁ, ଛୋଟା ଭୀମ୍‌ କଥା କହିଲେ ମୋଦି, କାରଣ ଜାଣିଲେ…

ନୂଆଦିଲ୍ଲୀ,୨୭ା୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ମନ୍‌ କି ବାତ୍‌’ କାର୍ଯ୍ୟକ୍ରମର ୧୧୫ତମ ପର୍ଯ୍ୟାୟରେ ତାଙ୍କ ଜୀବନର ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତଗୁଡ଼ିକୁ ମନେ ପକାଇଛନ୍ତି। ମୋଦି କହିଛନ୍ତି, ସେ...

ଷ୍ଟେଶନରେ ଦଳାଚକଟା, ୯ ଆହତ

ମୁମ୍ବାଇ,୨୭ା୧୦: ଦେଶର ବିଭିନ୍ନ ସ୍ଥାନରୁ ଲୋକମାନେ ଦୀପାବଳି ଏବଂ ଛଟ୍‌ପୂଜା ପାଇଁ ନିଜ ଘରକୁ ଯାଉଛନ୍ତି।  କିଛି ଲୋକ ମାସେ ପୂର୍ବରୁ ଟିକେଟ୍‌ ବୁକିଂ କରିଥିଲେ,...

ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତିରେ ଦୁର୍ନୀତି: ୧୬୩ କୋଟି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତ କଲା ଇଡି

ନୂଆଦିଲ୍ଲୀ,୨୬ା୧୦: ପଶ୍ଚିମବଙ୍ଗ ସ୍କୁଲ୍‌ ସେବା ଆୟୋଗ (ଡବ୍ଲ୍ୟୁବିଏସ୍‌ଏସ୍‌ସି) ଦ୍ୱାରା ଗ୍ରୁପ୍‌ ସି ଏବଂ ଡି କର୍ମଚାରୀ ନିଯୁକ୍ତିରେ ବ୍ୟାପକ ଦୁର୍ନୀତି ହୋଇଥିଲା। ଏହାର ମନିଲଣ୍ଡରିଂ ଦିଗ...

ଭାରତ-ଚାଇନା ଚୁକ୍ତିକୁ ନେଇ ଜୟଶଙ୍କର କହିଲେ ସଫଳତା ପଛରେ…

ପୁଣେ,୨୬ା୧୦: ଦୀର୍ଘ ୪ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ପୂର୍ବ ଲଦାଖ ଅନ୍ତର୍ଗତ ଏଲ୍‌ଏସିରେ ଲାଗି ରହିଥିବା ଅଚଳାବସ୍ଥା ଦୂର ପାଇଁ ଉଭୟ ଭାରତ ଓ...

ଖାଲିଟାରେ ଗର୍ଜୁ ନାହାଁନ୍ତି ଗିରିରାଜ…

ପାଟନା,୨୬।୧୦: ବିହାରରେ ଯେଉଁ ଆଡେ ନଜର ପକାଇଲେ ଦେଖିବେ, ଆଜିକାଲି କେବଳ ଭାଜପାର ଫାୟାର ବ୍ରାଣ୍ଡ ନେତା ତଥା କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂଙ୍କ ‘ହିନ୍ଦୁ...

ଭାରତ ଆଡକୁ କାହିଁକି ଆକର୍ଷିତ ହେଉଛି ବିଶ୍ୱ? ଜୟଶଙ୍କର ଦେଲେ ଏମିତି ଜବାବ

ପୁଣେ,୨୬।୧୦: ଶନିବାର ଅର୍ଥାତ୍‌ ଅକ୍ଟୋବର ୨୬ରେ ପୁଣେରେ ଛାତ୍ରମାନଙ୍କ ସହ କଥାବାର୍ତ୍ତା ବେଳେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର କହିଛନ୍ତି ଯେ ଆଜି...

ବାବା ସିଦ୍ଦିକୀ ହତ୍ୟାକାଣ୍ଡର ଖୋଲିଲା ବଡ଼ ଗୁମର, ପୋଲିସ କହିଲା କିଏ ମାମଲାର ମୋଷ୍ଟ ଓ୍ବାଣ୍ଟେଡ

ମୁମ୍ବାଇ,୨୬।୧୦: ବରିଷ୍ଠ ଏନସିପି ନେତା ବାବା ସିଦ୍ଦିକୀଙ୍କ ହତ୍ୟା ମାମଲାରେ ଏକ ବଡ଼ ଥା ସାମ୍ନାକୁ ଆସିଛି। ଏହି ହତ୍ୟା ମାମଲାରେ ମୁମ୍ବାଇ କ୍ରାଇମ ବ୍ରାଞ୍ଚ...

ସ୍ବାମି ଅଭିମୁକ୍ତେଶ୍ୱରାନନ୍ଦଙ୍କଠାରୁ ଆଶୀର୍ବାଦ ନେଲେ ପରିଣିତି-ରାଘବ

ନୂଆଦିଲ୍ଲୀ,୨୬।୧୦: ଶନିବାର ଶଙ୍କରାଚାର୍ଯ୍ୟ ସ୍ବାମୀ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ବତୀ ମହାରାଜ ଆମ ଆଦମୀ ପାର୍ଟି ରାଜ୍ୟ ସଭା ଏମପି ରାଘବ ଚଢା ଏବଂ ଅଭିନେତ୍ରୀ ପରିଣିତି ଚୋପ୍ରାଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri