Categories: ଜାତୀୟ

ପୁଟିନଙ୍କ ସହ ୫୦ ମିନିଟ୍‌ କଥା ହେଲେ ମୋଦି

ନୂଆଦିଲ୍ଲୀ,୭।୩: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ୧୨ଦିନରେ ପହଞ୍ଚିଛି। ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ୫୦ ମିନିଟ କଥା ହୋଇଛନ୍ତି। ଦୁଇ ନେତାଙ୍କ ମଧ୍ୟରେ ୟୁକ୍ରେନର ପରିସ୍ଥିତି ଉପରେ ଆଲୋଚନା କରାଯାଇଥିଲା। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦି ପ୍ରତିନିଧୀଙ୍କ ବଦଳରେ ପୁଟିନ ଏବଂ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଦିମିର୍‌ ଜେଲେନସ୍କିଙ୍କ ମଧ୍ୟରେ ସିଧାସଳଖ କଥାବାର୍ତ୍ତା ଉପରେ ଜୋର ଦେଇଛନ୍ତି। ଏଥି ସହିତ, ସୁମି ସମେତ ୟୁକ୍ରେନର କିଛି ଅଂଶରେ ଅସ୍ତ୍ରବିରତି ଉଲ୍ଲଂଘନ ତଥା ମାନବିକ କରିଡର ଘୋଷଣା ପାଇଁ ଧନ୍ୟବାଦ ଦେଇଥିଲେ ମୋଦି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୁଷିଆ ଏବଂ ୟୁକ୍ରେନ୍‌ ରାଷ୍ଟ୍ରପତିଙ୍କ ସହ ଫୋନ୍‌ରେ ଯୁଦ୍ଧ ପରିସ୍ଥିତି ନେଇ ଆଲୋଚନା କରିଥିଲେ। ୟୁକ୍ରେନରେ ଫସିଥିବା ଭାରତୀୟ ଛାତ୍ରୀଛାତ୍ର ସୁରକ୍ଷିତ ଭାବେ ସ୍ବଦେଶ ଫେରାଇ ଆଣିବା ଥିଲା ଏହି ଆଲୋଚନାର ମୁଖ୍ୟ ଏଜେଣ୍ଡା।
ସୂଚନାଯୋଗ୍ୟ, ଦୀର୍ଘ ୧୨ ଦିନର ଯୁଦ୍ଧ ପରେ ରୁଷିଆ ସୋମବାର ସାମୟିକ ଯୁଦ୍ଧ ବିରତି ଘୋଷଣା କରଥିଲା। ଭାରତୀୟ ସମୟ ଅନୁସାରେ ମଧ୍ୟାହ୍ନ ୧୨.୩୦ରୁ ଏହି ବିରତି ଘୋଷଣା କରିଥିଲା ରୁଷିଆ। ୟୁକ୍ରେନରେ ଫସିଥିବା ଲୋକଙ୍କୁ ଉଦ୍ଧାର ପାଇଁ ରୁଷିଆ ଏପରି ନିଷ୍ପତ୍ତି ନେଇଥିଲା। ୟୁକ୍ରେନର ୪ ସହର କ୍ୱିଭ୍‌, ସୁମି, ମାରିୟୁପୋଲ, ଖାରକିଭ୍‌ ପାଇଁ ସାମୟିକ ଯୁଦ୍ଧ ବିରତି ଘୋଷଣା କରାଯାଇଥିଲା।

Share