Categories: ଜାତୀୟ

ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ ସହ କଥା ହେଲେ ମୋଦି, କହିଲେ ରଣନୀତିକ ଭାଗିଦାରୀକୁ…

ନୂଆଦିଲ୍ଲୀ,୬ା୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ କିର୍‌ ଷ୍ଟାର୍ମରଙ୍କ ସହ ଫୋନ୍‌ ଯୋଗେ କଥା ହୋଇଛନ୍ତି। ଏଥିସହିତ ମୋଦି ଷ୍ଟାର୍ମରଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ବ୍ରିଟେନରେ ହୋଇଥିବା ନିର୍ବାଚନରେ ଭାରତୀୟ ବଂଶୋଦ୍ଭବ ଋଷି ସୁନକଙ୍କୁ ପରାସ୍ତ କରି ଲେବର ପାର୍ଟିର ଷ୍ଟାର୍ମର ବିଜୟ ହାସଲ କରିଛନ୍ତି। ୬୫୦ ସିଟ୍‌ ମଧ୍ୟରୁ ୪୧୨ ସିଟ୍‌ ହାସଲ କରି ୧୪ ବର୍ଷ ପରେ କ୍ଷମତାକୁ ଫେରିଛି ଦଳ।

ଷ୍ଟାର୍ମରଙ୍କ ସହ କଥାବାର୍ତ୍ତା କରି ମୋଦି ଭାରତ-ବ୍ରିଟେନର ବ୍ୟାପକ ରଣନୀତିକ ଭାଗିଦାରୀକୁ ବୃଦ୍ଧି କରିବାକୁ ସେମାନଙ୍କର ପ୍ରତିବଦ୍ଧତାକୁ ଦୋହରାଇଛନ୍ତି।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ବିବୃତ୍ତି ଅନୁଯାୟୀ, ଦୁଇ ଦେଶ ମୁଖ୍ୟ ଭାରତ ଏବଂ ବ୍ରିଟେନ ମଧ୍ୟରେ ମୁକ୍ତ ବାଣିଜ୍ୟ ଚୁକ୍ତିନାମାକୁ ଶୀଘ୍ର ଚୂଡ଼ାନ୍ତ ରୂପେ କାର୍ଯ୍ୟ କରିବାକୁ ସହମତି ପ୍ରକାଶ କରିଛନ୍ତି। ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ କିର୍‌ ଷ୍ଟାର୍ମରଙ୍କୁ ଭାରତ ଆସିବାକୁ ନିମନ୍ତ୍ରଣ କରିଛନ୍ତି।

Share