ହାଇ ସ୍ପିଡ ରେଲ ପରିଯୋଜନାକୁ ନେଇ ଜାପାନ ପ୍ରଧାନମନ୍ତ୍ରୀଙ୍କ ସହ କଥା ହେଲେ ମୋଦି

ନୂଆଦିଲ୍ଲୀ/ଆପୁଲିଆ,୧୫।୬: ଇଟାଲୀର ଆପୁଲିଆରେ ଅନୁଷ୍ଠିତ ଜି -୭ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦାଙ୍କୁ ଭେଟିଥିଲେ। ଏହି ଦୁଇ ନେତା ଭାରତରେ ପାଞ୍ଚ ଟ୍ରିଲିୟନ ୟେନ ବିନିଯୋଗରେ ମୁମ୍ବାଇ-ଅହମ୍ମଦାବାଦ ହାଇ ସ୍ପିଡ ରେଳ ପ୍ରକଳ୍ପ ଉପରେ ଆଲୋଚନା କରିଥିଲେ।
ଭାରତ-ଜାପାନ ସମ୍ପର୍କକୁ ଆଲୋକିତ କରି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ) ସୋସିଆଲ ମିଡିଆ ପ୍ଲାଟଫର୍ମରେ ପୋଷ୍ଟ କରିଛି ପ୍ରଧାନମନ୍ତ୍ରୀ ଫୁମିଓ କିଶିଦାଙ୍କ ସହ ଦ୍ୱିପାକ୍ଷିକ ବୈଠକ। ପିଏମଓ ଏହି ଅବସରରେ କହିଛନ୍ତି ଯେ, ଆଲୋଚନାରେ B2B, P2P ଏବଂ H2G ସମ୍ପର୍କ ଏବଂ ବାଣିଜ୍ୟକୁ ମଜବୁତ କରିବା ସହିତ ପ୍ରତିରକ୍ଷା, ହାଇ ସ୍ପିଡ ରେଳ ଭିତ୍ତିଭୂମି ଭଳି ରଣନୀତିକ କ୍ଷେତ୍ରକୁ ପ୍ରୋତ୍ସାହିତ କରାଯାଇଛି।
ବୈଦେଶିକ ମନ୍ତ୍ରଣାଳୟ ଏକ ବିବୃତ୍ତି ଜାରି କରି କହିଛି ଯେ ଫୁମିଓ କିଶିଦା କ୍ରମାଗତ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ପଦ ଗ୍ରହଣ କରିଥିବାରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏହି ଅଭିନନ୍ଦନ ପାଇଁ ପ୍ରଧାନମନ୍ତ୍ରୀ ମୋଦି ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ ନିଶ୍ଚିତ କରିଛନ୍ତି ଯେ ଜାପାନ ସହିତ ଦ୍ୱିପାକ୍ଷିକ ସମ୍ପର୍କ ତାଙ୍କ ତୃତୀୟ କାର୍ଯ୍ୟକାଳରେ ପ୍ରାଥମିକତା ପାଇବ। ଏହି ବିବୃତ୍ତିରେ ଆହୁରି ମଧ୍ୟ କୁହାଯାଇଛି ଯେ ମୁମ୍ବାଇ-ଅହମ୍ମଦାବାଦ ହାଇ ସ୍ପିଡ ରେଳ ପ୍ରକଳ୍ପ, ଭାରତ-ଜାପାନ ଶିଳ୍ପ ପ୍ରତିଯୋଗୀତା ସହଭାଗୀତା ସମେତ ସାତୋଟି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଭାରତ ଏବଂ ଜାପାନ ସହଯୋଗ କରିବେ।

Share