Categories: ଜାତୀୟ

ଚାମୋଲିରେ ହିମସ୍ଖଳନ: ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ମୋଦି

ଲକ୍ଷ୍ନୌ,୭।୨: ଉତ୍ତରାଖଣ୍ଡର ଚାମୋଲିରେ ହୋଇଥିବା ହିମସ୍ଖଳନରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ପ୍ରାୟ ୧୫୦ ଲୋକ ନିଖୋଜ ଥିବା କୁହାଯାଉଛି। ପ୍ରଭାବିତ ଅଞ୍ଚଳରେ ସେନାକୁ ନିୟୋଜିତ କରାଯାଇଛି। ଏଥିସହିତ ଆଇଟିବିପି ଏବଂ ଏନ୍‌ଡିଆରଏଫ୍‌ ଟିମ୍‌ ଉତ୍ତରାଖଣ୍ଡର  ପ୍ରଭାବିତ ଅଞ୍ଚଳକୁ ପଠାଯାଇଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହା ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହସାବତଙ୍କ ସହ କଥା ହୋଇଛନ୍ତି।  ପ୍ରଭାବିତ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟରେ ସହାୟତା ପାଇଁ ଦୁଇଟି ବାୟୁସେନା ମି -୧୭ ଏବଂ ଏଲଏଚ୍‌ ଧ୍ର୍ରୁବ ହେଲିକପ୍ଟର ଡେରାଡୁନ ଏବଂ ଏହାର ନିକଟବର୍ତ୍ତୀ ଅଞ୍ଚଳକୁ ପଠାଯାଇଛି। ଏହା ବ୍ୟତୀତ ଏନ୍‌ଡିଆରଏଫ୍‌ର ଆଉ କିଛି ଦଳ ଦିଲ୍ଲୀରୁ ବିମାନ ଉଡ଼ାଣ କରି ଉତ୍ତରାଖଣ୍ଡକୁ ଯାଇଥିବା କୁହାଯାଇଛି।

Share