Categories: ଜାତୀୟ

ହଠାତ୍‌ ଗୁରୁଦ୍ୱାରା ପହଞ୍ଚିଲେ ମୋଦି: ଗୁରୁ ତେଗ୍‌ ବାହାଦୂରଙ୍କୁ ଦେଲେ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ,୨୦।୧୨: ଦେଶବ୍ୟାପୀ ଅନ୍ନଦାତାଙ୍କ ଆନ୍ଦୋଳନ ଜାରି ରହିଛି। ଆନ୍ଦୋଳନରେ ପଞ୍ଜାବ ଏବଂ ହରିୟାଣାର ଚାଷୀ ସଂଗଠନ ଗୁଡ଼ିକ କୃଷି ଆଇନ ହଟାଇବା ନେଇ ଦାବି ଜାରି ରଖିଛନ୍ତି। ଏପରିସ୍ଥଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ସକାଳେ ରକାବଗଞ୍ଜ ସ୍ଥିତ ଗୁରୁଦ୍ୱାରାରେ ହଠାତ୍‌ ପହଞ୍ଚିଛନ୍ତି। ସେ ସେଠାରେ ଗୁରୁ ତେଗ୍‌ ବାହାଦୂରଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ପୂର୍ବରୁ ମୋଦିଙ୍କ ଆସିବା ନେଇ କୌଣସି ସୂଚନା ନ ଥିବାରୁ ଗୁରୁଦ୍ୱାରାରେ ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯାଇ ନ ଥିଲା। ଜଣେ ସାଧାରଣ ଲୋକ ଭଳି ମୋଦି ଗୁରୁଦ୍ୱାରାରେ ପହଞ୍ଚିଥିଲେ। ସଂସଦ ଭବନ ନିକଟରେ ଥିବା ଏହି ଗୁରୁଦ୍ୱାରା ୧୭୮୩ରେ ନିର୍ମିତ ହୋଇଥିଲା। ଏଠାରେ ଗୁରୁତେଗ୍‌ ବାହାଦୂରଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା। ହଠାତ୍‌ ମୋଦିଙ୍କ ଗୁରୁଦ୍ୱାରା ଗସ୍ତ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି।

Share