Posted inଜାତୀୟ

ରାହୁଲଙ୍କୁ ଟାର୍ଗେଟ କରୁକରୁ ହଠାତ୍‌ ପାଣି ପିଇଲେ ମୋଦି, ବିରୋଧୀ କହିଲେ…

ନୂଆଦିଲ୍ଲୀ,୨।୭: ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକ ସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀଙ୍କୁ ନିଶାଣ କରିଛନ୍ତି। ମୋଦି ରାହୁଲଙ୍କୁ ବାଳକବୁଦ୍ଧି ବୋଲି କହିବା ସହ ଗୃହରେ କପଟୀ ବୋଲି ଅଭିହିତ କରିଛନ୍ତି। ଏହି ସମୟରେ ବିରୋଧୀ ଯେତେ ହୋ ହୋଲ୍ଲା କରିଥିଲେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଆକ୍ରମଣ ଜାରି ରଖିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଜଣେ ଛୋଟ ପିଲା ସ୍କୁଲରୁ ଆସି ତାଙ୍କ ମାଆଙ୍କ ପାଖରେ ବଡ଼ ପାଟିରେ କାନ୍ଦିବାକୁ ଲାଗୁଛି। ପୁଅ ଏପରି କାନ୍ଦୁଥିବା ଦେଖି ତାଙ୍କ ମା ମଧ୍ୟ ଭୟଭୀତ ହେଉଛନ୍ତି। ପିଲାଟି ମା’ଙ୍କୁ କହିଛନ୍ତି , ମୋତେ ସ୍କୁଲରେ ମାଡ ମରାଯାଇଛି।

ତେବେ କେଉଁଥିପାଇଁ ମାଡ଼ ହୋଇଛି ବୋଲି ପଚାରିବାରୁ ପିଳାଟି କହିପାରୁ ନାହିଁ କିନ୍ତୁ ଜୋରେ ଜୋରେ କାନ୍ଦିବାକୁ ଲାଗୁଛି। ମୋଦି ଆହୁରି କହୁଛନ୍ତି, ପିଲାଟି ସ୍କୁଲରେ ଦୁର୍ବ୍ୟବହାର କରିଛି କିମ୍ବାକିଛି ଶିଶୁଙ୍କ ବହି ଚିରି ଦେଇଛି। କିନ୍ତୁ ଏକଥା ସେ ତା’ ମାଆଙ୍କୁ ଜରାଉ ନାହିଁ। ଏଥିସହ ସବୁଠାରୁ ବଡ଼ କଥା ହେଉଛି ପିଲାଟି ଶିକ୍ଷକଙ୍କୁ ଚୋର ବୋଲି କହିଛି। ଗତକାଲି ଆମେ ଏହଭଳି ବାଳକ ବୁଦ୍ଧିକୁ ଗୃହରେ ଦେଖିଥିଲୁ ବୋଲି ମୋଦି କଟାକ୍ଷ କରିଛନ୍ତି। ମୋଦିଙ୍କ ଭାଷଣ ସମୟରେ ମଝିରେ ମଝିରେ ପାଣି ପିଉଥିଲେ। ଅଭିଭାଷଣ ସମୟରେ ବିରୋଧୀ ଆସନରେ ଠିଆ ହୋଇ ଓ ଗୃହ ମଝିକୁ ଆସି ହୋ ହଲ୍ଲା ଜାରି ରଖିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ୟୁପି ମର୍ମନ୍ତୁଦ ଦୁର୍ଘଟଣା: ମୃତକଙ୍କ ପରିବାର ପାଇଁ ସହାୟତା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ମିର୍ଜାପୁର,୪ା୧୦: ଉତ୍ତରପ୍ରଦେଶର ମିର୍ଜାପୁରରେ  ଶ୍ରମିକମାନଙ୍କୁ ନେଇ ଯାଉଥିବା ଏକ ଟ୍ରାକ୍ଟରକୁ ଟ୍ରକ୍‌ ଧକ୍କା ଦେବାରୁ ୧୦ ଜଣଙ୍କ ମୃତ୍ୟୁ ଘଟିବା ସହ ଅନ୍ୟ ୩ ଜଣ...

ଲଗେଜ୍‌ ହଜାଇ ଦେଲେ ଅନୁଷ୍କା ଶଙ୍କର: ସହାର୍ଯ୍ୟ ପାଇଁ କରିଥିଲେ…

ନୂଆଦିଲ୍ଲୀ,୪ା୧୦: ଖ୍ୟାତନାମା ସିତାର ବାଦକ ଅନୁଷ୍କା ଶଙ୍କର ଜର୍ମାନୀର ବର୍ଲିନ୍‌ରେ ତାଙ୍କ ଲଗେଜ୍‌ ହଜାଇ ସାହାଯ୍ୟ ପାଇଁ ଚିତ୍କାର କରୁଥିବା ଦେଖାଯାଇଥିଲା, ଯାହା ଅନେକ ସୋସିଆଲ...

ମହାରାଷ୍ଟ୍ରରେ ଯୁବତୀଙ୍କୁ ଗଣବଳାତ୍କାର

ପୁଣେ,୪ା୧୦: ମହାରାଷ୍ଟ୍ରର ପୁଣେରେ ଜଣେ ୨୧ ବର୍ଷୀୟା ଯୁବତୀଙ୍କୁ ୩ ଜଣ ଯୁବକ ଗଣବଳାତ୍କାର କରିଛନ୍ତି। ଯୁବତୀ ଜଣକ ତାଙ୍କର ବନ୍ଧୁଙ୍କ ସହ ବୋପଦେବ ଘାଟ...

ବଡ଼ଧରଣର ଏନ୍‌କାଉଣ୍ଟର: ଗଡ଼ିଲା ଗୋଟିଏ ପରେ ଗୋଟିଏ ମାଓବାଦୀଙ୍କ ମୁଣ୍ଡ

ଦାନ୍ତଓ୍ବୋଡ଼ା,୪।୧୦: ଓଡ଼ିଶା ସିମାନ୍ତ ଛତିଶଗଡ଼ ଦାନ୍ତେୱାଡ଼ାରେ ଶୁକ୍ରବାର ସୁରକ୍ଷା କର୍ମୀଙ୍କୁ ଏକ ବଡ଼ଧରଣର ସଫଳତା ମିଳିଛି। ସୁରକ୍ଷା କର୍ମୀଙ୍କ ଏନ୍‌କାଉଣ୍ଟରରେ ୩୬ଜଣ ମାଓବାଦୀ ନିହତ ହୋଇଥିବା...

ଏନସିପିର ଏକମାତ୍ର ବିଧାୟକ ଏବେ ଭାଜପାରେ

ରାଞ୍ଚି,୪।୧୦: ଝାଡ଼ଖଣ୍ଡ ଏନସିପି (ଅଜିତ ପାୱାର) ବିଧାୟକ ତଥା ଦଳର ରାଜ୍ୟ ସଭାପତି କମଲେଶ କୁମାର ସିଂ ଶୁକ୍ରବାର ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି।...

ବଡ଼ ଭବିଷ୍ୟବାଣୀ: ମୁଖ୍ୟମନ୍ତ୍ରୀ ନୁହେଁ ପ୍ରଧାନମନ୍ତ୍ରୀ ହେବେ ପ୍ରଶାନ୍ତ କିଶୋର

ରୋହତାସ,୪।୧୦: ନିର୍ବାଚନ ରାଜନୀତିର ଚାଣକ୍ୟ ଭାବେ ବିବେଚିତ ପ୍ରଶାନ୍ତ କିଶୋର ଜନ ସୁରାଜ ନାମକ ଏକ ଦଳ ଘୋଷଣା କରିଛନ୍ତି। ପିକେଙ୍କ ଏହି ନିଷ୍ପତ୍ତିକୁ ନେଇ...

ନୀତୀଶ କୁମାରଙ୍କ ବଡ଼ ଘୋଷଣା: ବିଜୟା ଦଶମୀ ପୂର୍ବରୁ…

ପାଟନା,୪।୧୦: ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି, ବନ୍ୟା ପୀଡିତଙ୍କୁ ପ୍ରତ୍ୟେକଙ୍କୁ ୭ ହଜାର ଟଙ୍କା ଦିଆଯିବ। ଶୁକ୍ରବାର ଅପରାହ୍ନରେ...

୫ ହଜାର ନୁହେଁ ମହିଳାଙ୍କ ଖାତାକୁ ଯିବ ୫୦ହଜାର ଟଙ୍କା, ସରକାରଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ,୪।୧୦: କେନ୍ଦ୍ର ସରକାର ମହିଳାଙ୍କ ପାଇଁ ବହୁ କଲ୍ୟାଣକାରୀ ଯୋଜନା ଆରମ୍ଭ କରିଛନ୍ତି। ଏହା ଅଧୀନରେ କେନ୍ଦ୍ର ସରକାର ମହିଳା ସଶକ୍ତିକରଣ ଲକ୍ଷ୍ୟରେ ଆଉ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri