ବାଲିରେ ପରସ୍ପରକୁ ଭେଟିବେ ମୋଦି-ସୁନକ

ଲଣ୍ଡନ/ନୂଆଦିଲ୍ଲୀ୨୮।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ବ୍ରିଟେନର ନବ ନିର୍ବାଚିତ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କୁ ଫୋନ ଯୋଗେ ଶୁଭେଚ୍ଛା ଜଣାଇବା ସହ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି। ଏହା ପରେ ପରସ୍ପରକୁ ଇଣ୍ଡୋନେସିଆର ବାଲିରେ ଭେଟିବେ ବୋଲି ଜଣାପଡିଛି। ନଭେମ୍ବର ମଧ୍ୟଭାଗରରେ ବାଲିରେ ଜି-୨୦ ନେତୃମଣ୍ଡଳୀଙ୍କ ବୈଠକ ହେବ। ଏହି ବୈଠକ ଅବସରରେ ସୁନକ ଓ ମୋଦି ପରସ୍ପରକୁ ବ୍ୟକ୍ତିଗତ ଭାବେ ଭେଟିବେ। ଏଥିସହ ୱାନ ଟୁ ୱାନ ଆଲୋଚନା କରିବେ।

Share