Categories: ଜାତୀୟ

ମାନହାନି ମାମଲା: ରାହୁଲ ଗାନ୍ଧୀଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟରେ ଏହି ଦାବି କଲେ ଅଭିଯୋଗକାରୀ

ନୂଆଦିଲ୍ଲୀ,୩୧।୭: ମୋଦି ଉପନାମ ସହ ଜଡିତ ମାନହାନି ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆବେଦନ ଉପରେ ଅଭିଯୋଗକାରୀ ପୂର୍ଣ୍ଣେଶ ମୋଦି ସୁପ୍ରିମକୋର୍ଟରେ ନିଜର ଜବାବ ଦାଖଲ କରିଛନ୍ତି। ରାହୁଲ ଗାନ୍ଧୀଙ୍କ ଆବେଦନକୁ ଖାରଜ କରିବା ପାଇଁ ଅଭିଯୋଗକାରୀ ସର୍ବୋଚ୍ଚ ନ୍ୟାୟାଳୟରେ ଦାବି କରିଛନ୍ତି। ଗୁଜରାଟ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ରାହୁଲ ଗାନ୍ଧି ଏହି ମାମଲାରେ ଦୋଷୀ ସାବ୍ୟସ୍ତ ଉପରେ ରୋକ ଲଗାଇବା ଉପରେ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୪ରେ ହେବ।

Share