Categories: ଜାତୀୟ

ରୋ-ପାକ୍ସ୍‌ ଫେରି ସେବା ଲୋକାର୍ପଣ କଲେ ମୋଦି: ପର୍ଯ୍ୟଟନ ଶିଳ୍ପର ହେବ ବିକାଶ

ଅହମଦାବାଦ,୮।୧୧: ଗୁଜରାଟର ହଜିରା ଏବଂ ଘୋଘା ମଧ୍ୟରେ ରୋ-ପାକ୍ସ୍‌ ଫେରି ସେବାର ଲୋକାର୍ପଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ରବିବାର ସମ୍ପନ୍ନ ହୋଇଛି। ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଯୋଗଦେଇ ମୋଦି କହିଛନ୍ତି ସେ ସୁରଟ ଏବଂ ସୌରାଷ୍ଟ୍ରର ବିକାଶ ପାଇଁ ସରକାର ପ୍ରତିଶ୍ରୁତି ବଦ୍ଧ। ଏହି ଫେରି ସେବା ଦ୍ୱାରା ପର୍ଯ୍ୟଟନ ଶିଳ୍ପର ବିକାଶ ସମ୍ଭବ ହୋଇପାରିବ। ଏହାଦ୍ୱାରା ସମୁଦ୍ର ପଥରେ ସୁରଟ ଏବଂ ସୌରାଷ୍ଟ୍ର ମଧ୍ୟରେ ଦୂରତା ୩୭୦ କିଲୋମିଟରରୁ ହ୍ରାସ ପାଇ ୯୦ କିଲୋମିଟର ହେବ। ଫଳରେ ସମୟ ସହିତ ଇନ୍ଧନ ବଞ୍ଚିବ ବୋଲି ମୋଦି କହିଛନ୍ତି। ଏହି ଲୋକାର୍ପଣ ଉତ୍ସବରେ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନି ଉପସ୍ଥିତ ଥିଲେ।

Share