Categories: ଜାତୀୟ

ନିର୍ବାଚନ ଭିତରେ ଗ୍ରୋଧା ହିଂସାକାଣ୍ଡକୁ ନେଇ ମୁହଁ ଖୋଲିଲେ ମୋଦି, ଦେଲେ ବଡ଼ ବୟାନ

ନୂଆଦିଲ୍ଲୀ,୧୫।୫: ନିର୍ବାଚନ ଭିତରେ ଗ୍ରୋଧା କାଣ୍ଡ ଉପରେ ବଡ଼ ବୟାନ ଦେଇଛନ୍ତିି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ମୋଦି ଏ ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ୨୦୦୨ ଗୋଧ୍ରା ହିଂସାକାଣ୍ଡ ପରେ କିଛି ଲୋକ ମୁସଲିମ ସଂପ୍ରଦାୟ ଭିତରେ ତାଙ୍କ ଛବିକୁ ଖରାପ କରିଦେଇଥିଲେ । ସେତେବେଳେ ମୁସମଲମାନଙ୍କୁ ନେଇ ତାଙ୍କର ଯେଉଁ ଛବି ତିଆରି ହୋଇଥିଲା, ଏବେ ତାହା ଭୁଲ ପ୍ରମାଣିତ ହୋଇଛି ।

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ଅନେକ ହୁଏତ ଜାଣନ୍ତି ନାହିଁ ଯେ ଆମ ଘରେ ଇଦ ବେଳେ ରୋଷେଇ ହୁଏ ନାହିଁ । କାରଣ ପଡ଼ୋଶୀ ମୁସଲିମ ପରିବାର ଆମ ଘରକୁ ଆସି ସୁସ୍ବାଦୁ ଖାଦ୍ୟ ଦେଇଯାଆନ୍ତି । ମୁଁ କେବେ ବି ଜାତି-ଧର୍ମ ଆଧାରରେ କାମ କରନ୍ତି ନାହିଁ । ଦେଶବାସୀଙ୍କୁ ଗୋଟିଏ ଦୃଷ୍ଟିରେ ଦେଖେ । ଏବେ ତାଙ୍କୁ ନେଇ ମୁସଲମାନଙ୍କ ଚିନ୍ତାଧାରାରେ ପରିବର୍ତ୍ତନ ଆସିଛି । ଅନେକ ମୁସଲମାନ ତାଙ୍କୁ ବହୁତ ଭଲ ପାଉଛନ୍ତି, ତାଙ୍କ ପାଇଁ ସବୁ କିଛି ଉତ୍ସର୍ଗ କରିବା ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

Share