Advertisement

ନାଁ ନ ନେଇ ଟାର୍ଗେଟ କଲେ ମୋଦି, ସିଏମ ନୁହେଁ ସରକାର ଚଳାଉଛନ୍ତି…

ବରଗଡ଼, ୧୧।୫: କନ୍ଧମାଳ, ବଲାଙ୍ଗୀର ପରେ ବରଗଡ଼ରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବରଗଡ଼ରେ ଜନସଭା ଆରମ୍ଭରୁ ବିଜେଡି ସରକାରଙ୍କୁ ସିଧା ହମଲା କରିଛନ୍ତି ମୋଦି।

ସେ କହିଛନ୍ତି, ୨୫ ବର୍ଷ ଭିତରେ ବିଜେଡି ସରକାର ଗରିବୀରୁ ବାହାରକୁ ଆଣିପାରିନି। ସାରା ଓଡ଼ିଶାରେ ବିଜେଡି ପ୍ରତି ଲୋକଙ୍କ ପ୍ରବଳ ରାଗ ରହିଛି। ଓଡ଼ିଆରେ ମୋଦି କହିଛନ୍ତି ଆଉ କେତେ ଦିନ ସହିବ ଓଡ଼ିଶା। ନାଁ ନ ନେଇ ମୋଦି କହିଛନ୍ତି, ଓଡ଼ିଶାରେ ସରକାର ପୂରା ଆଉଟ ସୋର୍ସ ହୋଇଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଉପରେ ଜଣେ ସୁପର ସିଏମ ହୋଇଗଲେଣି। ଯିଏ ଓଡ଼ିଶାକୁ ଜାଣିନି, ତା ହାତକୁ ଓଡ଼ିଶା ଯିବା ଉଚିତ କି ପ୍ରଧାନମନ୍ତ୍ରୀ ପଚାରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share