Posted inଜାତୀୟ

ସଂସଦରେ ରାହୁଲଙ୍କୁ ଭୟଙ୍କର ଟାର୍ଗେଟ କଲେ ମୋଦି, ପରଜୀବୀ ହୋଇ ଭୋଟ ଖାଇଲେ…

ନୂଆଦିଲ୍ଲୀ,୨।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂଦରେ ରାଷ୍ଟ୍ରପତିଙ୍କ ସମ୍ବୋଧନରେ ଧନ୍ୟବାଦ ଅର୍ପଣ ଉପରେ ଆଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ ଭାଷଣ ଆରମ୍ଭ କରିବା ମାତ୍ରେ ଲୋକ ସଭାରେ ବିରୋଧୀ ନେତା ହଙ୍ଗାମା କରିଛନ୍ତି। ନିଜ ଅଭିଭାଷଣରେ ମୋଦି କଂଗ୍ରେସକୁ ଜୋରଦାର ଟାର୍ଗେଟ କରିଛନ୍ତି।

ସେ କହିଛନ୍ତି, କଂଗ୍ରେସ ଏବେ ପରଜୀବୀ କଂଗ୍ରେସ ହୋଇ ଯାଇଛି। ସହଯୋଗୀଙ୍କ ରକ୍ତମାଂସ ଖାଇ ବଞ୍ଚି ରହୁଛି। ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ସିଧାସଳଖ ଟାର୍ଗେଟ କରି କହିଛନ୍ତି, କଂଗ୍ରେସ ୯୯ ମାର୍କ ପାଇ ଅହଙ୍କାର କରୁଛି। କଂଗ୍ରେସ ଆତ୍ମ ସମୀକ୍ଷା କରୁ ତାହା ୧୦୦ରୁ ୯୯ନୁହେଁ ୫୪୩ରୁ ୯୯ ପାଇଛି।

କଂଗ୍ରେସର ୯୯ ଆସନ ତାଙ୍କୁ ତାଙ୍କ ସହଯୋଗୀ ଜିତାଇଛନ୍ତି। ଦଳ ଏକାକୀ ଲଢ଼ିଥିବା ୧୬ ରାଜ୍ୟରେ ଭୋଟ ହାର କମିଛି। ଦେଶବାସୀ କଂଗ୍ରେସକୁ ଏ ନିର୍ବାଚନରେ ସ୍ପଷ୍ଟ ସଂକେତ ଦେଇଛନ୍ତି। ବିରୋଧୀ ଆସନରେ ବସିବାକୁ କଂଗ୍ରେସକୁ ସଂକେତ ଦେଇଛନ୍ତି।
କଂଗ୍ରେସ ନେତାଙ୍କ ବୟାନବାଜି ସୋଲେ ଫିଲ୍ମକୁ ବି ପଛରେ ପକାଇ ଦେଇଛି। ତେଣୁ ୨୦୨୪ ରେ କଂଗ୍ରେସ ‘ପରଜୀବୀ କଂଗ୍ରେସ’ ଭଳି ରହିବ। ଯାହା ସହ ମେଣ୍ଟ କରିବ ତା’ ଭୋଟ ଖାଇଯିବ ବୋଲି ମୋଦି କହିଛନ୍ତି।

ଗତକାଲି ଗୃହରେ ବାଳକ ବୁଦ୍ଧିର ପିଲା ବିଳାପ କରୁଥିଲେ। ସହାନୁଭୂତି ପାଇବା ପାଇଁ ଡ୍ରାମା କରାଯାଇଥିଲା। ସେମାନେ ଭୁଲିଯାଉଛନ୍ତି ଯେ ହଜାରେ କୋଟି ଟଙ୍କାର ଟଙ୍କା ହଡପ ମାମଲାରେ ସେମାନେ ଜାମିନରେ ଅଛନ୍ତି। ଓବିସି ଶ୍ରେଣୀକୁ ଚୋର ବୋଲି କହି ଦଣ୍ଡିତ ହୋଇଛନ୍ତି ବୋଲି ମୋଦି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜେଲରୁ ବାହାରିବାର ୭ଦିନ ପରେ କେମିତି ମୁଖ୍ୟମନ୍ତ୍ରୀ ହେଲେ ହେମନ୍ତ ସୋରେନ, ଜାଣନ୍ତୁ…

ରାଞ୍ଚି,୪।୭: ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା-କଂଗ୍ରେସ-ଆରଜେଡି ମିଳିତ ମଞ୍ଚର ନୂତନ ନେତା ହେମନ୍ତ ସୋରେନ ପୁଣି ଥରେ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ହେମନ୍ତ...

ମୋଦିଙ୍କ ଗଡ଼ ଗୁଜରାଟ ଯିବେ ରାହୁଲ

ନୂଆଦିଲ୍ଲୀ,୪।୭: ଲୋକ ସଭାରେ ବିରୋଧୀ ଦଳର ନେତା ତଥା ଉତ୍ତରପ୍ରଦେଶ ରାଏବରେଲିର ଏମପି ରାହୁଲ ଗାନ୍ଧୀ ଶନିବାର (୬ ଜୁଲାଇ)ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗଡ଼...

ହାଥରସ ଦଳାଚକଟା: ମୁଖ୍ୟ ଅଭିଯୁକ୍ତଙ୍କୁ ଧରାଇଦେଲେ ୧ ଲକ୍ଷ

ହାଥରସ,୭।୪: ଉତ୍ତରପ୍ରଦେଶ ହାଥରସରେ ଦଳାଚକଟା ମାମଲାର ୭୨ ଘଣ୍ଟା ପରେ ପୋଲିସ ୬ ଜଣଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ସମସ୍ତ ୬ଜଣ ଆୟୋଜକ ବୋଲି...

ଭାରତୀୟ ଶେୟାର ବଜାରରେ ଲାଗି ରହିଛି ଉତ୍ସାହ; ସେବିକୁ ସତର୍କ କରାଇଲେ ପ୍ରଧାନ ବିଚାରପତି

ନୂଆଦିଲ୍ଲୀ,୪ା୭: ଗଲା କିଛି ଦିନ ହେବ ଭାରତୀୟ ଶେୟାର ବଜାରରେ ଉତ୍ସାହ ଲାଗି ରହିଥିଲା ବେଳେ ସେନସେକ୍ସ ପ୍ରଥମ ଥର ପାଇଁ ୮୦,୦୦୦ ହଜାର ପଏଣ୍ଟ...

ହଠାତ୍‌ କାହିଁକି ରାହୁଲଙ୍କୁ ଭେଟିଲେ ମୁକେଶ ଅମ୍ବାନୀ

ନୂଆଦିଲ୍ଲୀ,୪।୭: ମୁକେଶ ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚ୍ଚାଣ୍ଟଙ୍କ ବିବାହ ଉତ୍ସବ ଆରମ୍ଭ ହୋଇଛି। ଏହି ବିବାହ ପାଇଁ ଦେଶ ତଥା ବିଦେଶର...

ତୃତୀୟଥର ପାଇଁ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେଲେ ହେମନ୍ତ ସୋରେନ୍‌

ରାଞ୍ଚି,୪।୭: ଝାଡଖଣ୍ଡର ୧୩ତମ ମୁଖ୍ୟମନ୍ତ୍ରୀ ଭାବରେ ହେମନ୍ତ ସୋରେନ୍‌ ଶପଥ ନେଇଛନ୍ତି। ରାଜ୍ୟପାଳ ସିପି ରାଧାକ୍ରିଷ୍ଣନ ରାଜ ଭବନରେ ତାଙ୍କୁ ଶପଥପାଠ କରାଇଛନ୍ତି। ୫ ମାସ...

ଏହି ଦିନ ରୁଷିଆ ଗସ୍ତରେ ଯିବେ ମୋଦି: ଘୋଷଣା ହେଲା ତାରିଖ

ନୂଆଦିଲ୍ଲୀ,୪।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ଜୁଲାଇ ୮-୧୦ରେ ରୁଷିଆ ଫେଡେରେଶନ ଏବଂ ଅଷ୍ଟ୍ରିଆ ରିପବ୍ଲିକକୁ ଏକ ସରକାରୀ ଗସ୍ତ କରିବେ। ବୈଦେଶିକ ମନ୍ତ୍ରଣାଳୟ ଗୁରୁବାର...

ହଠାତ୍‌ ଶ୍ରମିକଙ୍କ ନିକଟରେ ପହଞ୍ଚି ସୁଖ ଦୁଃଖ ବୁଝିଲେ ରାହୁଲ

ନୂଆଦିଲ୍ଲୀ,୪।୭: ବିରୋଧୀଦଳ ନେତା ରାହୁଲ ଗାନ୍ଧୀ ଗୁରୁବାର ଦିଲ୍ଲୀର କିଙ୍ଗସୱେ କ୍ୟାମ୍ପରେ ପହଞ୍ଚିଛନ୍ତି। ରାହୁଲ ଗାନ୍ଧୀ କିଙ୍ଗସୱେ କ୍ୟାମ୍ପର ଲେବର ଚୌକରେ କେତେଜଣ ଶ୍ରମିକଙ୍କୁ ଭେଟିଥିଲେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri