ଫ୍ରାନ୍ସ ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଦେଲେ ମୋଦି

ନୂଆଦିଲ୍ଲୀ/ପ୍ୟାରିସ୍‌,୧୪ା୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫ୍ରାନ୍ସ ଗସ୍ତରେ ଯାଇଛନ୍ତି। ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଇମାନ୍ବେଲ ମାକ୍‌ରଁ ତାଙ୍କୁ ନୈଶଭୋଜିରେ ଆପ୍ୟାୟିତ କରିଛନ୍ତି। ଏଥିପାଇଁ ମୋଦି ଇମାନ୍ବେଲଙ୍କୁ ଧନ୍ୟବାଦ ଦେଇଛନ୍ତି। ଶୁକ୍ରବାର ବାଷ୍ଟିଲ ଡେ’ ସେଲିବ୍ରେଶନ ପରେ ଦୁଇନେତାଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହେବ।
ଗୁରୁବାର ପ୍ୟାରିସ୍‌ ବିମାନବନ୍ଦରରେ ପହଞ୍ଚତ୍ବା ପରେ ତାଙ୍କୁ ଫ୍ରାନ୍ସ ପ୍ରଧାନମନ୍ତ୍ରୀ ଏଲିଜାବେଥ ବୋର୍ନ ରେଡ୍‌ କାର୍ପେଟରେ ସ୍ବାଗତ କରିଥିଲେ। ଗାର୍ଡ ଅଫ୍‌ ଅନରରେ ଅଭିବାଦନ ଗ୍ରହଣ କରିବା ପରେ ମୋଦି ଫ୍ରାନ୍ସ ସିନେଟ୍‌ ପରିଦର୍ଶନ କରି ସଦନର ଅଧ୍ୟକ୍ଷ ଗେରାଡ୍‌ ଲାର୍ଚରଙ୍କୁ ସାକ୍ଷାତ କରିଛନ୍ତି। ସେ ଭାରତୀୟ ସମୟ ରାତି ପ୍ରାୟ ୧୧ଟାରେ ଲା ସିନ୍‌ ମ୍ୟୁଜିକାଲରେ ଭାରତୀୟ ବଂଶୋଦ୍ଭବମାନଙ୍କୁ ସମ୍ବୋଧିତ କରିଛନ୍ତି। ପରେ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଇମାନ୍ବେଲ ମାକ୍‌ରଁ ତାଙ୍କୁ ନୈଶଭୋଜିରେ ଆପ୍ୟାୟିତ କରିଛନ୍ତି। ସୁରକ୍ଷା, କାରିଗରି, ଆତଙ୍କବାଦ ନିରୋଧୀ ଅଭିଯାନ, ସାଇବର ସିକ୍ୟୁରିଟି, ଜଳବାୟୁ ପରିବର୍ତ୍ତନ ଓ ମହାକାଶ ଗବେଷଣା ଆଦି କ୍ଷେତ୍ର ଆଲୋଚନା କାର୍ଯ୍ୟସୂଚୀରେ ରହିଛି।

Share