Categories: ଜାତୀୟ

ଆଜି ଗୁଜୁରାଟ ଯିବେ ମୋଦି

ଗାନ୍ଧିନଗର,୧୦।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଗୁଜୁରାଟ ଗସ୍ତ କରିବେ । ପୂର୍ବାହ୍ନ ପ୍ରାୟ ୧୦.୧୫ରେ ପ୍ରଧାନମନ୍ତ୍ରୀ ନାଭସାରୀରେ ‘ଗୁଜୁରାଟ ଗୌରବ ଅଭିଯାନ’ର ନାମକ ଏକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ । ଏହି କାର୍ଯ୍ୟକ୍ରମ ସମୟରେ ସେ ନାଭସାରୀର ଏକ ଆଦିବାସୀ ଅଞ୍ଚଳ ଖୁଦଭେଲରେ ପ୍ରାୟ ୩୦୫୦ କୋଟି ଟଙ୍କା ମୂଲ୍ୟର ବିକାଶମୂଳକ କାର୍ଯ୍ୟର ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ସେହିପରି ୧୨ଟା୧୫ରେ ନଭସାରୀରେ ଏଏମ ନାଏକ ହେଲଥ କେୟାର କମ୍ପେକ୍ସ ଏବଂ ନିରାଲି ମଲ୍ଟି ସ୍ପେସିଆଲିଟି ହସ୍ପିଟାଲର ଉଦଘାଟନ କରିବେ । ପରେ, ଅପରାହ୍ନ ୩ ଟା୪୫ରେ ଅହମ୍ମଦାବାଦର ବୋପାଲରେ ଭାରତୀୟ ଜାତୀୟ ମହାକାଶ ପ୍ରୋତ୍ସାହନ ଏବଂ ପ୍ରାଧିକରଣ କେନ୍ଦ୍ରର ମୁଖ୍ୟାଳୟକୁ ଉଦ୍‌ଘାଟନ କରିବେ ।

Share