ନୂଆଦିଲ୍ଲୀ,୧୭।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡିସେମ୍ବର ୨୧-୨୨ରେ କୁଏତ ଗସ୍ତ କରିପାରନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ କୁଏତ ଗସ୍ତକୁ ଅନେକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଉଛି। ନିକଟରେ କୁଏତର ବୈଦେଶିକ ମନ୍ତ୍ରୀ ଭାରତ ଆସି କୁଏତ ଗସ୍ତ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଆମନ୍ତ୍ରଣ କରିଥିଲେ। ଏହାପୂର୍ବରୁ ୧୯୮୧ରେ ଭାରତୀୟ ପ୍ରଧାନମନ୍ତ୍ରୀ କୁଏତ ଗସ୍ତ କରିଥିଲେ।
୧୯୬୧ରେ ଭାରତ ଏବଂ କୁଏତ ମଧ୍ୟରେ କୂଟନୈତିକ ସମ୍ପର୍କ ସ୍ଥାପନ ହୋଇଥିଲା, ଯାହା ପରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଅତ୍ୟନ୍ତ ଭଲ ଥିଲା। କୁଏତରେ ଭାରତୀୟ ସମ୍ପ୍ରଦାୟର ବହୁ ସଂଖ୍ୟକ ଲୋକ ବାସ କରନ୍ତି। ଗଲ୍ଫ ସହଯୋଗ ପରିଷଦ (ଜିସିସି)ର କୁଏତ ହେଉଛି ଏକମାତ୍ର ଦେଶ, ଯେଉଁଠାରେ ମୋଦି ଏପର୍ଯ୍ୟନ୍ତ ପରିଦର୍ଶନ କରିନାହାଁନ୍ତି।