Categories: ଜାତୀୟ

ଆସନ୍ତାକାଲି ପୁଣି ପଶ୍ଚିମବଙ୍ଗ ଯିବେ ମୋଦି

ନୂଆଦିଲ୍ଲୀ,୨୧।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୋଟିଏ ମାସ ମଧ୍ୟରେ ତୃତୀୟ ଥର ପାଇଁ ଆସନ୍ତାକାଲି ଅର୍ଥାତ୍‌ ସୋମବାର ପଶ୍ଚିମବଙ୍ଗ ଗସ୍ତ କରିବେ। ପଶ୍ଚିମବଙ୍ଗରେ ହେବାକୁ ଥିବା ନିର୍ବାଚନକୁ ନେଇ ଦଳୀୟ ପ୍ରଚାର ଅଭିଯାନ ପାଇଁ ମୋଦି ଏହି ଗସ୍ତ କରିବେ। ହୁଗୁଳି ଜିଲାରେ ଏକ ସାଧାରଣ ସଭାରେ ସେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ୨୩ ଜାନୁୟାରୀରେ ମୋଦି ପଶ୍ଚିମବଙ୍ଗ ଗସ୍ତ କରିଥିଲେ। ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ ତମ ଜନ୍ମଦିବସରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ସେ ପଶ୍ଚିମବଙ୍ଗ ଆସିଥିଲେ।
ପ୍ରଧାନମନ୍ତ୍ରୀ ହୁଗୁଳିରେ ପହଞ୍ଚିବା ନେଇ ବ୍ୟାପକ ବ୍ୟବସ୍ଥା କରାଯାଇଛି। କାଲି ସେଠାରେ ପହଞ୍ଚିବା ପରେ ରାଲି ଏବଂ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିବେ ବୋଲି ଜଣାପଡ଼ିଛି। ଏନେଇ ପ୍ରଧାନମନ୍ତ୍ରୀ ନିଜେ ଟୁଇଟ୍‌ କରି ସୂଚନା ଦେଇଛନ୍ତି।

Share