Advertisement
Categories: ଜାତୀୟ

ପୁଣିଥରେ ଗୁରୁଜନଙ୍କ ପାଦ ଛୁଇଁ ଚର୍ଚ୍ଚାକୁ ଆସିଲେ ମୋଦି

ବରାଣସୀ,୨୬।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ବାରାଣସୀ ଲୋକ ସଭା ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ମୋଦି ପ୍ରାର୍ଥିପତ୍ର ଦାଖଲ କରିବା ପୂର୍ବରୁ ଜିଲାପାଳଙ୍କ କାର୍ଯ୍ୟାଳୟରେ ଆହୁରି କେତେଜଣ ନେତା ପହଞ୍ଚି ସାରିଥିଲେ। ମୋଦି କାଳଭରବ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସେଠାରେ ଥିବା ଏନ୍‌ଡିଏର ସମସ୍ତ ନେତା ତାଙ୍କର ସ୍ବାଗତ କରିଥିଲେ ମୋଦି ମଧ୍ୟ ସମସ୍ତଙ୍କର ଅଭିବାଦନ ସ୍ବିକାର କରିଥିଲେ। ସେଠାରେ ଥିବା ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂ ବାଦଲଙ୍କୁ ଦେଖିବା ମାତ୍ରେ ମୋଦି ତାଙ୍କ ପାଦ ଛୁଇଁ ଆଶୀର୍ବାଦ ଭିକ୍ଷା କରିଥିଲେ। ସେହିପରି ବାରାଣସୀର ପାଣିନି ବାଳିକା ମହାବିଦ୍ୟାଳୟର ପ୍ରିନ୍ସିପାଲ ଅନ୍ନପୂର୍ଣ୍ଣା ଶୁକ୍ଳାଙ୍କ ପାଦଛୁଇଁ ମଧ୍ୟ ଆଶୀର୍ବାଦ ନେଇଥିଲେ ମୋଦି। ଅନ୍ନପୁର୍ଣ୍ଣା ଶୁକ୍ଳା ପଣ୍ଡିତ ମଦନ ମୋହନ ମାଲବିୟଙ୍କ ପାଳିତ କନ୍ୟା ବୋଲି କୁହାଯାଏ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share