Categories: ଜାତୀୟ

ମୋଦିଙ୍କୁ ପତ୍ର ଲେଖିଲେ କ୍ୟାନସର ପୀଡ଼ିତ ଶିଶୁ

ନୂଆଦିଲ୍ଲୀ,୪ ।୨: ପାଳନ କରାଯାଉଛି ବିଶ୍ୱ କର୍କଟ ଦିବସ ବା ୱାର୍ଲଡ କ୍ୟାନସର ଡେ । ଏହି ଅବସରରେ ଜଣେ କୋମଳମତି ଶିଶୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖି ଚିକିତ୍ସା ପାଇଁ ଅନୁରୋଧ କରିଛନ୍ତି । ଶିଖା ନାମକ ଏହି ଶିଶୁ ଜଣକ ଉତ୍ତର ପ୍ରଦେଶ ବାସିନ୍ଦା । ସେ ବ୍ଲଡ କ୍ୟାନସର ବା ରକ୍ତ କର୍କଟରେ ପୀଡିତ । ମୋଦିଙ୍କ ଉଦ୍ଦେଶ୍ୟରେ ଲେଖିଥିବା ପତ୍ରରେ ସେ ଉଲ୍ଲେଖ କରିଛନ୍ତି, ମୋତେ ରକ୍ତ କର୍କଟ, ମୋ ମା’ ସବୁବେଳେ ଏହାକୁ ନେଇ କାନ୍ଦୁଛନ୍ତି । ଯେବେବି ଡାକ୍ତର ମୋତେ ଦେଖି ଦେଇ ଯାଆନ୍ତି ତା’ପରଠାରୁ ମୋ ମା’ ଆଖିର ଲୁହ ଶୁଖେନାହିଁ । ମୋ ପିତାଙ୍କ ପାଖରେ ବି ଅଧିକ ଅର୍ଥ ନାହିଁ ମୋର ଚିକିତ୍ସା କରିବାକୁ । କିନ୍ତୁ ଡାକ୍ତର ଅଙ୍କଲ କୁହନ୍ତି ମୋର ଚିକିତ୍ସା ପାଇଁ ଅଧିକ ଟଙ୍କା ଦରକାର । ଆପଣତ ସାରା ଦେଶକୁ କରୋନା ଟିକା ଯୋଗାଇଲେ । ମୋଦି ଅଙ୍କଲ ମୋ ଜୀବନ ବି ବଞ୍ଚାଇ ଦିଅନ୍ତୁ । ମୋର ଚିକିତ୍ସା କରାଇ ଦିଅନ୍ତୁ । ମୁଁ ଆପଣଙ୍କୁ ଏହି ଗ୍ରୀଟିଙ୍ଗସ୍ କାର୍ଡ ପଠାଉଛି । କରୋନାକୁ ନେଇ ଦେଶ ପାଇଁ ଆପଣ ଯାହା କରିଛନ୍ତି ସେଥିପାଇଁ ମୁଁ ଶୁଭେଚ୍ଛା ଜଣାଇବାକୁ କାର୍ଡ ଉପରେ ମୋର ଛବି ଆଙ୍କି ଦେଇଛି । ଭାବୁଛି ଆପଣ ମୋତେ ନିରାଶ କରିବେ ନାହିଁ । ମୋ ମା’ ଆଖିରେ ଲୁହ ଆସିବାକୁ ଦେବେ ନାହିଁ । ମୁଁ ଯେବେ ବଡ ହୋଇଯିବି ପାଠ ପଢି ଡାକ୍ତର ହେବି ଆପଣଙ୍କର ବି ଧ୍ୟାନ ରଖବି । କେବେହେଲେ ଆପଣଙ୍କୁ ହଇରାଣ କରିବି ନାହିଁ ।

Share