ହତ୍ୟାକାରୀ ପୁଟିନ୍‌ଙ୍କୁ ମୋଦିଙ୍କ ଆଲିଙ୍ଗନ ଦୁଃଖଦ: ଜେଲେନ୍‌ସ୍କି

କିଭ୍‌/ମସ୍କୋ,୧୦ା୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨ଦିନିଆ ମସ୍କୋ ଗସ୍ତରେ ଯାଇ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର୍‌ ପୁଟିନ୍‌ଙ୍କୁ ସାକ୍ଷାତ୍‌ କରିବା ଘଟଣାରେ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସୋମବାର ରୁଷିଆ ୟୁକ୍ରେନ ରାଜଧାନୀ କିଭ୍‌ସ୍ଥିତ ଏକ ଶିଶୁ ହସ୍ପିଟାଲ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ କରିବାରୁ ୩ ଛୋଟ ପିଲାଙ୍କ ସମେତ ୩୭ ଜଣଙ୍କ ମୃତ୍ୟୁ ଘଟିଥିଲା। ଏହି ଆକ୍ରମଣରେ ସ୍କୁଲ୍‌, ମାଟର୍ନିଟି ହସ୍ପିଟାଲ ସମେତ ପ୍ରାୟ ୧୦୦ ବିଲ୍ଡିଂ କ୍ଷତିଗ୍ରସ୍ତ ହୋଇଛି। ଏଭଳି ଦିନରେ ମସ୍କୋରେ ବିଶ୍ୱର ସବୁଠୁ ହତ୍ୟାକାରୀ ଅପରାଧୀଙ୍କୁ ସର୍ବବୃହତ୍‌ ଗଣତନ୍ତ୍ରର ନେତା ଆଲିଙ୍ଗନ କରିବା ଅତ୍ୟନ୍ତ ଦୁଃଖଦାୟକ ଏବଂ ଶାନ୍ତି ଉଦ୍ୟମ ପ୍ରତି ବଡ଼ ଧକ୍କା ବୋଲି ଜେଲେନ୍‌ସ୍କି କହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ରୁଷିଆ ରାଷ୍ଟ୍ରପତିଙ୍କୁ ସୋମବାର ତାଙ୍କ ବାସଭବନରେ ସାକ୍ଷାତ୍‌ କରିବା ସମୟରେ ଉଭୟ ପରସ୍ପରକୁ ଆଲିଙ୍ଗନ କରିଥିଲେ। ଏହି ଫଟୋ ଅନ୍‌ଲାଇନରେ ବିପୁଳ ଭାବେ ଶେୟାର କରାଯାଇଛି। ମୋଦି-ପୁଟିନଙ୍କ ସାକ୍ଷାତ୍‌ ପରେ ଜେଲେନ୍‌ସ୍କି ଏକ୍ସରେ ଉପରୋକ୍ତ ପ୍ରତିକ୍ରିୟା ପୋଷ୍ଟ କରିଛନ୍ତି।
୨୦୨୨ ଫେବୃୟାରୀ ୨୪ରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ୟୁକ୍ରେନ୍‌ ଉପରେ ଆକ୍ରମଣ କରିବା ପାଇଁ ନିଜ ସେନାକୁ ନିର୍ଦ୍ଦେଶ ଦେଇଥିଲେ। ସେବେଠୁ ଚାଲିଥିବା ଯୁଦ୍ଧରେ ଉଭୟ ପକ୍ଷର ଅନେକ ନୀରିହ ଲୋକ ନିହତ ହେଲେଣି। ୟୁକ୍ରେନ୍‌ ସହ ରୁଷିଆର ଯୁଦ୍ଧ ଲାଗିରହିଥିବାବେଳେ ପ୍ରଧାନମନ୍ତ୍ରୀ ମୋଦି ପ୍ରଥମ ଥର ପାଇଁ ମସ୍କୋ ଗସ୍ତରେ ଯାଇଛନ୍ତି। ହିଂସାର ସମାଧାନ ଯୁଦ୍ଧ କ୍ଷେତ୍ରରେ ମିଳିପାରିବ ନାହିଁ ବୋଲି ସେ ପୁଟିନ୍‌ଙ୍କୁ ସାକ୍ଷାତ୍‌ ସମୟରେ କହିଛନ୍ତି। ଆଞ୍ଚଳିକ ସଂହତି, ସାର୍ବଭୌମତ୍ୱ ସମେତ ଜାତିସଂଘର ନିୟମାବଳୀକୁ ସମ୍ମାନ ଦେବା ପାଇଁ ଭାରତ ସବୁବେଳେ ଆହ୍ବାନ ଦେଇଆସିଛି। ଯୁଦ୍ଧକ୍ଷେତ୍ରରେ କୌଣସି ସମାଧାନ ନାହିଁ। ଆଲୋଚନା ଏବଂ କୂଟନୈତିକ ମାଧ୍ୟମରେ ସମାଧାନ ପନ୍ଥା ବାହାର କରାଯାଇପାରିବ ବୋଲି ମୋଦି ପୁଟିନ୍‌ଙ୍କୁ କହିଥିବା ଜଣାଯାଇଛି। ସୂଚନାଯୋଗ୍ୟ, ଜି୭ ସମିଟ୍‌ ସମେତ ବିଭିନ୍ନ ସମୟରେ ପ୍ରଧାନମନ୍ତ୍ରୀ ମୋଦି ୟୁକ୍ରେନ୍‌ ରାଷ୍ଟ୍ରପତି ଜେଲେନସ୍କିଙ୍କୁ ଏକାଧିକ ଥର ଭେଟି ସାମରିକ କାର୍ଯ୍ୟାନୁଷ୍ଠାନ ଦ୍ୱାରା ସମାଧାନ ହୋଇପାରିବ ନାହିଁ ବୋଲି କହିଥିଲେ। ଶାନ୍ତି ଉଦ୍ୟମରେ ସହଯୋଗ କରିବାକୁ ଭାରତ ପ୍ରସ୍ତୁତ ବୋଲି ମୋଦି ଜେଲେନ୍‌ସ୍କିଙ୍କୁ ପ୍ରତିଶ୍ରୁତି ଦେଇଥିଲେ।
ମସ୍କୋରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ରାଷ୍ଟ୍ରପତି ପୁଟିନ୍‌ଙ୍କ ମଧ୍ୟରେ ଆଲୋଚନା ବେଳେ ଦୁଇ ଦେଶ ମଧ୍ୟରେ ଘନିଷ୍ଠ ସମ୍ପର୍କକୁ ସେମାନେ ସ୍ବୀକାର କରିଛନ୍ତି। ଏହା ପରେ ୟୁକ୍ରେନ୍‌ ଯୁଦ୍ଧକୁ ନେଇ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଯଦି ନିରୀହ ଶିଶୁଙ୍କୁ ହତ୍ୟା କରାଯାଉଥାଏ ଓ ଯଦି ସେମାନଙ୍କ ମୃତ୍ୟୁ ଘଟୁଥାଏ, ତାହା ହୃଦୟ ବିଦାରକ ବୋଲି ମୋଦି କହିଛନ୍ତି। କିଭ୍‌ରେ ଶିଶୁ ହସ୍ପିଟାଲ ଉପରେ ରୁଷିଆର କ୍ଷେପଣାସ୍ତ୍ର ଆକ୍ରମଣ ଘଟଣା ପରେ ମୋଦି ଏଭଳି ମନ୍ତବ୍ୟ ଦେଇଛନ୍ତି। ଗ୍ଲୋବାଲ ସାଉଥ୍‌ ଶାନ୍ତି ଓ ସ୍ଥିରତା ଆଶାକରେ। ଶାନ୍ତି ପୁନଃ ପ୍ରତିଷ୍ଠା ପାଇଁ ଭାରତ ସମସ୍ତ ସମ୍ଭାବ୍ୟ ସହଯୋଗ କରିବାକୁ ପ୍ରସ୍ତୁତ ଅଛି। ଭାରତ ସବୁବେଳେ ଶାନ୍ତି ପକ୍ଷରେ ରହିଆସିଛି ବୋଲି ମୋଦି ପୁଟିନ୍‌ ଏବଂ ବିଶ୍ୱ ସମୁଦାୟକୁ ଏହି ଅବସରରେ ପ୍ରତିଶ୍ରୁତି ଦେଇଛନ୍ତି। ନୂଆ ପିଢ଼ି ଆଗରେ ଉଜ୍ଜ୍ୱଳ ଭବିଷ୍ୟତ ରହିଛି। ଏଥିପାଇଁ ଶାନ୍ତି ଅପରିହାର୍ଯ୍ୟ। ବୋମା, ବନ୍ଧୁକ ଓ ଗୁଳି ମଧ୍ୟରେ ଶାନ୍ତି ଆଲୋଚନା ସଫଳ ହୁଏ ନାହିଁ ବୋଲି ମୋଦି କହିଥିବା ଜଣାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୃଥିବୀଠାରୁ ୪୦୦ କି.ମି. ଉଚ୍ଚରେ ଜନ୍ମଦିନ ପାଳିଲେ ସୁନୀତା ଓ୍ବିଲିୟମ୍ସ

ଓ୍ବାଶିଂଟନ,୧୯ା୯: ଭାରତୀୟ ବଂଶୋଦ୍ଭବ ନାସା ମହାକାଶଚାରୀ ସୁନୀତା ଓ୍ବିଲିୟମ୍ସ ଗୁରୁବାର ୫୯ ବର୍ଷରେ ପଦାର୍ପଣ କରିଛନ୍ତି। ସେ ପୃଥିବୀଠାରୁ ୪୦୦ କିଲୋମିଟର ଉପରେ ଅନ୍ତର୍ଜାତୀୟ ମହାକାଶ...

ଆଉ କେତେଦିନ ଭାରତରେ ରହିବେ ଶେଖ ହାସିନା? ବ୍ୟସ୍ତ ହୋଇପଡିଲାଣି ବାଂଲାଦେଶ, ଜାଣନ୍ତୁ କ’ଣ କହୁଛି

ଢାକା,୧୯।୯: ବାଂଲାଦେଶରେ ହୋଇଥିବା ହିଂସା ମଧ୍ୟରେ ଭାରତରେ ଆଶ୍ରୟ ନେବା ପରେ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ପ୍ରତ୍ୟାବର୍ତ୍ତନ ବିଷୟରେ ଲୋକଙ୍କ ମଧ୍ୟରେ ଉତ୍କଣ୍ଠା...

ଇସ୍ରାଏଲକୁ ବଡ଼ ଧମକ ଦେଲା ହେଜ୍‌ବୋଲ୍ଲା: ସିରିଜ୍ ବିସ୍ଫୋରଣକୁ କହିଲା ଯୁଦ୍ଧର ଘୋଷଣା

ନୂଆଦିଲ୍ଲୀ,୧୯।୯: ଲେବାନନ୍‌ର ସଶସ୍ତ୍ର ସଂଗଠନ ହେଜ୍‌ବୋଲ୍ଲା ମୁଖ୍ୟ ହସନ ନସରୁଲ୍ଲା ସିରିଜ୍ ବିସ୍ଫୋରଣକୁ ନେଇ ବଡ଼ ପ୍ରତିକ୍ରିୟା ଦେଇଛନ୍ତି। ଲଗାତାର ବିସ୍ଫୋରଣ ପରେ ଇସ୍ରାଏଲକୁ କଡ଼ା...

ହିଜବୁଲ୍ଲା ମୁଖ୍ୟଙ୍କ ଭାଷଣ ଶେଷ ହେଉ ହେଉ ବୋମା ବର୍ଷା କଲା ଇସ୍ରାଏଲ, ଆଇଡିଏଫ କହିଲା…

ଜେରୁଜେଲମ,୧୯।୯: ଗତ ଦୁଇ ଦିନ ମଧ୍ୟରେ ଇସ୍ରାଏଲ ଲେବାନନ ଉପରେ ଦୁଇଟି ବଡ଼ ଆକ୍ରମଣ କରିଥିଲା। ପ୍ରଥମେ ମଙ୍ଗଳବାରରେ ଏକ ପେଜର୍‌ ବିସ୍ଫୋରଣ ହୋଇଥିଲା ଏବଂ...

କାହିଁକି ଅବସର ବୟସ ସୀମା ବଢାଇଲା ଚାଇନା, କରଜ ଦେଉଥିବା ଡ୍ରାଗନ ପାଖରେ ନାହିଁ…

ବେଜିଂ,୧୯।୯: ଚାଇନାରେ କ୍ରମାଗତ ଭାବେ ଜନସଂଖ୍ୟା ହ୍ରାସ ଏବଂ କର୍ମଚାରୀଙ୍କ ବୟସ ବୃଦ୍ଧିକୁ ଦୃଷ୍ଟିରେ ରଖି ସରକାର ଅବସର ବୟସ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି।...

ବଡ଼ ପ୍ଲାନିଂ କରି ହେଜ୍‌ବୋଲ୍ଲାକୁ ଫସାଇଲା ମୁସାଦ: ସିରିଜ୍ ବିସ୍ଫୋରଣ ପଛରେ ଇସ୍ରାଏଲୀ ଶେଲ୍‌ କମ୍ପାନୀ

ଜେରୁଜେଲମ୍‌,୧୯ା୯: ଲଗାତାର ଦୁଇ ଦିନ ସିରିଏଲ ବିସ୍ଫୋରଣ ଦ୍ୱାରା ଲେବାନନ୍ କମ୍ପିତ ହୋଇ ଉଠିଛି। ସବୁଆଡେ ପ୍ରାଣବିକଳାରେ ଲୋକଙ୍କ ଚିତ୍କାର ଶୁଭୁଥିଲା। ପ୍ରଥମ ଦିନରେ ପେଜର୍...

ବାଂଲାଦେଶ ହିଂସାରେ ସଂଖ୍ୟାଲଘୁଙ୍କ ମୃତ୍ୟୁକୁ ନେଇ ଆସିଲା ଚମକାଇବା ଭଳି ତଥ୍ୟ

ଢାକା,୧୯।୯: ବାଂଲାଦେଶ ହିଂସାରେ କେତେ ସଂଖ୍ୟାଲଘୁ ଲୋକଙ୍କର ମୃତ୍ୟୁ ଘଟିଛି ଏବଂ କେତେଜଣ ଆହତ ହୋଇଛନ୍ତି ସେନେଇ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ସମ୍ନୋକୁ ଆସିଛି। ଗୁରୁବାର...

ଇସ୍ରାଏଲ ଚିର ଶତ୍ରୁ ହିଜବୁଲ୍ଲା: ଅନେକ ମୁସଲମାନ ଦେଶକୁ ପାଣି ପିଆଇସାରିଛି, ଜାଣନ୍ତୁ ହିଜବୁଲାର ପୁରା କାହାଣୀ

ନୂଆଦିଲ୍ଲୀ,୧୯।୯: ଗାଜାରେ ଇସ୍ରାଏଲ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ବର୍ଷେ ପୂରିବାକୁ ବସିଥିବା ବେଳେ ଏହି ଯୁଦ୍ଧ ଏବେ ଇସ୍ରାଏଲ ଏବଂ ହମାସରୁ ଯାଇ ହିଜବୁଲ୍ଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri