Categories: ଜାତୀୟ

ଫ୍ରାନ୍ସରେ ଥାଇ ଦିଲ୍ଲୀ ବନ୍ୟା କଥା ପଚାରି ବୁଝିଲେ ମୋଦି

ନୂଆଦିଲ୍ଲୀ,୧୪ା୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇଦିନିଆ ଫ୍ରାନ୍ସ ଗସ୍ତରେ ଯାଇଛନ୍ତି। ଏହି ସମୟରେ ଦିଲ୍ଲୀରେ ପ୍ରବଳ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରଧାନମନ୍ତ୍ରୀ ବିଦେଶରେ ଥାଇ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଫୋନ୍‌ କରି ଦିଲ୍ଲୀର ବନ୍ୟା ପରିସ୍ଥିତ ବିଷୟରେ ପଚାରି ବୁଝିଛନ୍ତି।

ଶାହାଙ୍କ ଅଫିସିଆଲ ଟୁଇଟର ଆକାଉଣ୍ଟରେ ସୂଚନା ଦିଆଯାଇଛି ଯେ, ଯମୁନା ନଦୀରେ ଜଳସ୍ତର ଦିଲ୍ଲୀରେ ବିପଦ ସଙ୍କେତ ଟପିଥିବାରୁ ପ୍ରଧାନମନ୍ତ୍ରୀ ଶାହାଙ୍କୁ କଲ୍‌ କରିଛନ୍ତି। ଗୋଟିଏ ଦିନ ମଧ୍ୟରେ ଜଳସ୍ତର ହ୍ରାସ ପାଇବ ବୋଲି ଶାହା ପ୍ରଧାନମନ୍ତ୍ରୀଙ୍କୁ କହିଛନ୍ତି। ଶାହା କହିଛନ୍ତି, ଏଲ୍‌ଜି ଦିଲ୍ଲୀ ସହିତ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି। ଉଦ୍ଧାର ଓ ରିଲିଫ୍‌ କାର୍ଯ୍ୟ ଜାରି ରଖିବାକୁ ପରାମର୍ଶ ଦିଆଯାଇଛି। ଲୋକଙ୍କୁ ସାହାଯ୍ୟ କରିବା ପାଇଁ ପର୍ଯ୍ୟାପ୍ତ ସଂଖ୍ୟକ ଏନ୍‌ଡିଆର୍‌ଏଫ୍‌ ଦଳ ନିୟୋଜିତ ହୋଇଛନ୍ତି ବୋଲି ଟୁଇଟରେ କୁହାଯାଇଛି।

Share