Categories: ଜାତୀୟ

ସ୍ବଦେଶୀ ଉତ୍ପାଦ କିଣିବାକୁ ଅନୁରୋଧ କଲେ ମୋଦି

ନୂଆଦିଲ୍ଲୀ,୯।୧୧: ଦୀପାବଳିରେ ସ୍ବଦେଶ ଉତ୍ପାଦ କିଣିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି। ଏହାଦ୍ୱାରା ଘରୋଇ ଉଦ୍ୟୋଗର ବିକାଶ ସମ୍ଭବ ହୋଇପାରିବ ବୋଲି ମୋଦି କହିଛନ୍ତି। ଦୀପଠାରୁ ଆରମ୍ଭ କରି ବିଦ୍ୟୁତ୍‌ ଲାଇଟ୍‌ ସମସ୍ତ ଉତ୍ପାଦ କିଣୁଥିବା ସମୟରେ ଘରୋଇ ଉତ୍ପାଦକୁ ଗୁରୁତ୍ୱଦେବାର ଆବଶ୍ୟକତା ଉପରେ ମୋଦି ଜୋର୍‌ ଦେଇଛନ୍ତି। କରୋନା ମହାମାରୀ ସଙ୍କଟ ସମୟରେ ଏଭଳି ମନୋଭାବ ରଖିବା ଦ୍ୱାରା ଆର୍ଥିକ କ୍ଷେତ୍ରରେ ଦେଶ ମଜବୁତ ହେବା ସହିତ ଆତ୍ମନିର୍ଭରଶୀଳ ଭାରତ ଗଠନ ସମ୍ଭବ ହୋଇପାରିବ ବୋଲି ସେ କହିଛନ୍ତି।

Share