Posted inଜାତୀୟ

୨୦୨୪ରେ ‘ମୋଦି ବନାମ ଦିଦି’ ଶଙ୍ଖନାଦ, କଂଗ୍ରେସ ବୈଠକରୁ ଦୂରେଇଲା ତୃଣମୂଳ…

ନୂଆଦିଲ୍ଲୀ,୨୮।୧୧: ସଂସଦର ଶୀତ ଅଧିବେଶନ ସୋମବାର ଠାରୁ ଆରମ୍ଭ ହେବାକୁ ଯାଉଛି। ଗୃହରେ ସରକାରଙ୍କୁ ଘେରିବା ପାଇଁ ରଣନୀତି ପ୍ରସ୍ତୁତ କରିବାକୁ ସୋମବାର କଂଗ୍ରେସ ବିରୋଧୀ ଦଳର ଏକ ବୈଠକ ଡାକିଛି। କିନ୍ତୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ (ଟିଏମସି) ଏହି ବୈଠକରେ ଯୋଗଦେବେ ନାହିଁ।

ରବିବାର ଟିଏମସିର ବରିଷ୍ଠ ନେତା ସୁଦୀପ ବନ୍ଦୋପାଧ୍ୟାୟ ସ୍ପଷ୍ଟ କରିଛନ୍ତି ଯେ ମଲ୍ଲିକାର୍ଜୁନ ଖଡଗେଙ୍କ ଦ୍ୱାରା ଡକାଯାଇଥିବା ବିରୋଧୀ ଦଳର ବୈଠକରେ ତାଙ୍କ ଦଳ ଯୋଗଦେବ ନାହିଁ। ଏଭଳି ପଦକ୍ଷେପ ଗ୍ରହଣ କରି ତୃଣମୂଳ ୨୦୨୪ରେ ‘ମୋଦି ବନାମ ଦିଦି’ ଶଙ୍ଖନାଦ କରିଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। ଏହା ପୂର୍ବରୁ ‘ସୋନିଆ ଗାନ୍ଧୀ ବନାମ ଦିଦି’ ଜରୁରୀ ହୋଇ ପଡ଼ିଥିବା ରାଜନୈତିକ ସମୀକ୍ଷକଙ୍କ ପକ୍ଷରୁ କୁହାଯାଉଛି।

କଂଗ୍ରେସରୁ କେତେକ ସଦସ୍ୟ ତୃଣମୂଳରେ ଯୋଗଦେଇଥିବାରୁ ଏହାକୁ ନେଇ କଂଗ୍ରେସ କେତେକ ନେତାଙ୍କ ମଧ୍ୟରେ ଟିଏମସି ବିରୋଧରେ ତୀବ୍ର ଅସନ୍ତୋଷ ରହିଛି। ପଶ୍ଚିମବଙ୍ଗର କଂଗ୍ରେସର ଅଧିର ରଞ୍ଜନ ଚୌଧୁରୀ ମେଘାଳୟରେ କଂଗ୍ରେସ ସଦସ୍ୟଙ୍କ ଦଳବଦଳ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସୋନିଆ ଗାନ୍ଧୀଙ୍କ ଦ୍ୱାରା ଡକାଯାଇଥିବା କଂଗ୍ରେସ ନେତାଙ୍କ ବୈଠକରେ ମଧ୍ୟ ଏହି ପ୍ରସଙ୍ଗ ଉଠିଛି।

କୁହାଯାଉଛି ଯେ ଏହି ବୈଠକରେ ଅଧିର ରଞ୍ଜନଙ୍କ ସମେତ କିଛି କଂଗ୍ରେସ ନେତା ଶୀତକାଳୀନ ଅଧିବେଶନରେ ଟିଏମସିକୁ ସାଙ୍ଗରେ ନ ନେବାକୁ ନିବେଦନ କରିଛନ୍ତି। କିନ୍ତୁ ସୋନିଆ ଗାନ୍ଧୀ କହିଛନ୍ତି ଯେ ଦଳୀୟ ବ୍ୟାପାର ଭିନ୍ନ କଥା। ସଂସଦରେ ଜନସାଧାରଣଙ୍କ ହିତ ଏବଂ ଦେଶର ହିତ ଗୁରୁତ୍ୱପୂର୍ଣ୍ଣ।

ତେବେ ବର୍ତ୍ତମାନ ତୃଣମୂଳ କଂଗ୍ରେସ ବୈଠକରେ ଯୋଗଦେବାକୁ ମନା କରି ‘ସୋନିଆ ଗାନ୍ଧୀ ବନାମ ଦିଦି’ ରାଜନୈତିକ ସ୍ଥିତି ଉପରେ ମୋହର ଲଗାଇ ଦେଇଥିବା ଚର୍ଚ୍ଚା ହେଉଛି।ତୃଣମୂଳର ଆକ୍ରମଣାତ୍ମକ ବିସ୍ତାର ମାଧ୍ୟମରେ ଜାତୀୟ ସ୍ତରରେ ଭାଜପା ଏବଂ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଏକ ଦୃଢ଼ ବିକଳ୍ପ ଭାବରେ ନିଜକୁ ପ୍ରୋଜେକ୍ଟ କରିବା ପାଇଁ ମମତା ବାନାର୍ଜୀ ଏକ ମିଶନରେ ଅଛନ୍ତି। କିଛି ଦିନ ତଳେ ମମତା ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ଆସି ସୋନିଆଙ୍କୁ ଭେଟି ନ ଥିଲେ। ଯେତେବେଳେ ଏ ବିଷୟରେ ପଚରାଗଲା, ମମତା କହିଥିଲେ ଯେ ସୋନିଆଙ୍କୁ ପ୍ରତ୍ୟେକ ଥର ଭେଟିବା ଆବଶ୍ୟକ କି ?

ବାସ୍ତବରେ, ମମତା ବାନାର୍ଜୀ ଭଲଭାବେ ଜାଣିଛନ୍ତି ଯେ ଯଦି ୨୦୨୪ ରେ‘ମୋଦି ବନାମ ଦିଦି’ ଭାବରେ ପ୍ରୋଜେକ୍ଟ କରାଯାଏ, ତେବେ ତାଙ୍କ ବାଟ ପ୍ରଥମେ ‘ସୋନିଆ ଗାନ୍ଧୀ ବନାମ ଦିଦି’ ଦେଇ ଯିବା ଆବଶ୍ୟକ। ବର୍ତ୍ତମାନ ମମତା ସମାନ ପଥରେ ଗତି କରୁଛନ୍ତି। ସେଥିପାଇଁ ଦିଲ୍ଲୀ ଗସ୍ତ ସମୟରେ ମେଘାଳୟର ୧୭ କଂଗ୍ରେସ ବିଧାୟକଙ୍କ ମଧ୍ୟରୁ ୧୨ ଜଣଙ୍କୁ ବାଡ଼ ଡିଆଇଁବାରେ ସହଯୋଗ କରିଥିଲେ। ସେମାନଙ୍କ ମଧ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ମୁକୁଲ ସାଙ୍ଗମା ବି ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାର୍ଯ୍ୟରେ ଯୋଗଦେଲେ ଜୁନିୟର ଡାକ୍ତର: ଓପିଡି କରିବେ ନାହିଁ, ୭ ଦିନ ପୁଣି ଅପେକ୍ଷା…

କୋଲକାତା,୨୧ା୯: କୋଲକାତାର ଆର୍‌.ଜି. କର ହସ୍ପିଟାଲରେ ମହିଳା ଡାକ୍ତରଙ୍କୁ ବଳତ୍କାର ଓ ହତ୍ୟା ଘଟଣାରେ ନ୍ୟାୟ ଦାବି କରି ୪୨ ଦିନ ହେଲା କାର୍ଯ୍ୟବନ୍ଦ ଆନ୍ଦୋଳନରେ...

ଆମେରିକାରେ ପହଞ୍ଚିଲେ ମୋଦି, ଦେଖାଇଲେ ଭାରତୀୟ ସଂସ୍କୃତି, ହାତଯୋଡି କଲେ ନମସ୍କାର…

ଓ୍ବାଶିଂଟଡ଼୍‌,୨୧।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଦିନ ତିନି ଦିନିଆ ଗସ୍ତରେ ଆମେରିକାରେ ପହଞ୍ଚିଛନ୍ତି। ଆମେରିକାରେ ପିଏମ ମୋଦି କ୍ୱାଡ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବେ।...

ରାହୁଲଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ : ଆନ୍ଦୋଳନକୁ ଓହ୍ଲାଇବ କଂଗ୍ରେସ…

ଜମ୍ମୁ,୨୧ା୯: ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ପ୍ରତି ଭାଜପା ଏବଂ ଆର୍‌ଏସ୍‌ଏସ୍‌ର ନେତାମାନେ ଅପମାନଜନକ ମନ୍ତବ୍ୟ ଦେଉଛନ୍ତି। ତାଙ୍କୁ ଧମକ ଦିଆଯାଉଛି।...

ଆମେରିକାରେ ଭାରତୀୟ ଦୂତାବାସରେ ଜଣେ ଅଧିକାରୀଙ୍କ ରହସ୍ୟଜନକ ମୃତଦେହ ଉଦ୍ଧାର, ଦେଶରେ ଚହଳ

ଓ୍ବାଶିଂଟନ୍‌,୨୧।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ତିନି ଦିନିଆ ଆମେରିକା ଗସ୍ତରେ ଅଛନ୍ତି। ଏହି ଗସ୍ତ ସମୟରେ ସେ ବାର୍ଷିକ ‘କ୍ୱାଡ’ ଶିଖର ସମ୍ମିଳନୀରେ ଯୋଗଦେବେ...

ଦିଲ୍ଲୀ ସରକାରର ମନ୍ତ୍ରୀଙ୍କ ମଧ୍ୟରେ ବିଭାଗ ବାଣ୍ଟିଲେ ଆତିଶୀ, ନିଜ ପାଖରେ ରଖିଲେ ଶିକ୍ଷା-ଅର୍ଥ ସମେତ ୧୩ ବିଭାଗ

ନୂଆଦିଲ୍ଲୀ,୨୧।୯: ଦିଲ୍ଲୀ ସରକାର ରେ ଆଜି ନୂଆ ସରକାର ଶପଥ ଗ୍ରହଣ କରିଛନ୍ତି। ଦେଶର ସର୍ବକନିଷ୍ଠ ତଥା ଦିଲ୍ଲୀର ୩ୟ ମହିଳା ମୁଖ୍ୟମନ୍ତ୍ରୀ ଭାବେ ଆତିଶୀ...

ମିଛ ପ୍ରଚାର କରୁଛି ଭାଜପା, ସତକୁ ସହି ପାରୁନାହିଁ, ମୁହଁ ଖୋଲିଲେ ରାହୁଲ

ନୂଆଦିଲ୍ଲୀ,୨୧।୯: ଲୋକ ସଭାରେ ବିରୋଧୀ ଦଳର ନେତା ତଥା ଉତ୍ତରପ୍ରଦେଶ ରାଏବରେଲିର କଂଗ୍ରେସ ଏମପି ରାହୁଲ ଗାନ୍ଧୀ ଆମେରିକା ଗସ୍ତରେ ଶିଖମାନଙ୍କ ଉପରେ ଦେଇଥିବା ବିବୃତ୍ତି...

ମୋଦି-ଶାହାଙ୍କ ସହ ଭଲ ନ ଥିଲା ଗଡକରୀଙ୍କ ସମ୍ପର୍କ! ଦେଖା ହେବା ପାଇଁ ଘଣ୍ଟାଘଣ୍ଟା ଅପେକ୍ଷା କରାଉଥିଲେ…କହିଦେଲେ ଭିତିରି କଥା

ନୂଆଦିଲ୍ଲୀ,୨୧।୯: ଭାରତର ସଡକ ଏବଂ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଅନେକ ସମୟରେ ଚର୍ଚ୍ଚାରେ ରହିଥାନ୍ତି। ନିକଟରେ ସେ ଖୋଲାଖେଶଲି କହିଛନ୍ତି କି, ଯେତେବେଳେ ସେ...

ଆତିଶୀଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିବ ଭାଜପା, କାହିଁକି ଏମିତି କହିଲେ ଭାଜପା ଏମପି

ନୂଆଦିଲ୍ଲୀ,୨୧।୯: ଭାଜପା ଏମପି ମନୋଜ ତିୱାରୀ ଆତିଶୀଙ୍କୁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବାରୁ ଅଭିନନ୍ଦନ ଜଣାଇଛନ୍ତି। ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ସେ ରାଜ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri