ନୂଆଦିଲ୍ଲୀ, ୨୯ା୩: ଦିଲ୍ଲୀ ବିଧାନସଭାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଆଦାନୀ ପ୍ରସଙ୍ଗ ଉଠାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ପ୍ରଧାନମନ୍ତ୍ରୀ ତାଙ୍କ ବନ୍ଧୁଙ୍କୁ ସୁରକ୍ଷା ଦେବା ପାଇଁ କାହିଁକି ଏତେ ଉଦ୍ୟମ କରୁଛନ୍ତି ବୋଲି କେଜ୍ରିଓ୍ବାଲ ପ୍ରଶ୍ନ କରିଛନ୍ତି। ଯଦି ହିଣ୍ଡେନ୍ବର୍ଗ ରିପୋର୍ଟ ଉପରେ ଇଡି କିମ୍ବା ସିବିଆଇ ତଦନ୍ତ ହୁଏ, ତେବେ ଆଦାନୀ ନୁହନ୍ତି, ମୋଦିଜୀ ଡୁବିଯିବେ ବୋଲି ସେ କହିଛନ୍ତି। ଆଦାନୀ କେବଳ ଆଗରେ ଥିଲେ। ପଛରେ ଥିବା ପ୍ରକୃତ ନିବେଶକ ମୋଦିି। ୪୪୨ ନିୟୁତ ଡଲାର ମୂଲ୍ୟର ବାୟୁଶକ୍ତି ପ୍ରକଳ୍ପ ଆଦାନୀ ଗ୍ରୁପ୍କୁ ଦେବା ଲାଗି ଶ୍ରୀଲଙ୍କା ସରକାରଙ୍କ ଉପରେ ମୋଦି ଚାପ ପକାଇଥିବା ରାଜପାକ୍ସେ ସ୍ବୀକାର କରିଥିଲେ ବୋଲି ଏଏପି ନେତା କହିଛନ୍ତି।