ମୋଦିଙ୍କୁ ଡରାଇଦେଲେ ବିଦେଶୀ ମିଡିଆ: ସରକାର ତିଷ୍ଠିବା ନେଇ ଆଶଙ୍କା ପ୍ରକଟ

ନୂଆଦିଲ୍ଲୀ,୧୦।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ରମାଗତ ତୃତୀୟ ଥର ପାଇଁ ଶପଥ ଗ୍ରହଣ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ସହ ୭୨ ମନ୍ତ୍ରୀ ମଧ୍ୟ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ତେବେ ମନ୍ତ୍ରୀଙ୍କ କାର୍ଯ୍ୟଭାର ଏପର୍ଯ୍ୟନ୍ତ ବିଭାଜିତ ହୋଇନାହିଁ। ୨୦୨୪ ସାଧାରଣ ନିର୍ବାଚନରେ ଭାଜପା ସଂଖ୍ୟାଗରିଷ୍ଠତା ହାସଲ କରି ନାହିଁ ଏବଂ କ୍ଷମତାରେ ରହିବାକୁ ଏନଡିଏ ସହଯୋଗୀଙ୍କ ସମର୍ଥନ ଆବଶ୍ୟକ। ଏଭଳି ପରିସ୍ଥିତିରେ ସମଗ୍ର ବିଶ୍ୱର ଆଖି ପିଏମ ମୋଦିଙ୍କ ତୃତୀୟ କାର୍ଯ୍ୟକାଳ ଉପରେ ରହିଛି। ପ୍ରଧାନମନ୍ତ୍ରୀ ମୋଦି ଏବଂ ତାଙ୍କ ମନ୍ତ୍ରୀ ପରିଷଦ ଶପଥ ଗ୍ରହଣ କରିଥିଲେ, ସେତେବେଳେ ବିଶ୍ୱର ଗଣମାଧ୍ୟମ ସଂଗଠନମାନେ ଏହାର ପ୍ରତିକ୍ରିୟା ପ୍ରକାଶ କରିଥିଲେ। ତେବେ ଆସନ୍ତୁ ଜାଣିବା ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ବିଷୟରେ କ’ଣ କହିଛନ୍ତି-

ନ୍ୟୁୟର୍କ ଟାଇମ୍ସ
ଆମେରିକାର ଖବରକାଗଜ ଦି ନ୍ୟୁୟକର୍ର୍ ଟାଇମ୍ସ ଲେଖିଛି ଯେ, ନୂତନ ସରକାର ଶପଥ ଗ୍ରହଣ କରିବା ମାତ୍ରେ ନୂଆଦିଲ୍ଲୀର ରାଜନୈତିକ ପାଣିପାଗରେ ପରିବର୍ତ୍ତନ ଆସିଛି। ବହୁମତ ନ ମିଳିବାରୁ ମୋଦି ସହଯୋଗୀ ଦଳ ମାନଙ୍କ ସହ ମିଶି ସରକାର ଗଠନ କରିଛନ୍ତି,ଯାହା ଆଗକୁ ଚ୍ୟାଲେଞ୍ଜିଂ ହେବ।

ବିବିସି
ବ୍ରିଟିଶ ମିଡିଆ ସଂଗଠନ ବିବିସି ଲେଖିଛି ଯେ, ମୋଦି ସରକାରଙ୍କ ତୃତୀୟ କାର୍ଯ୍ୟକାଳ ଆରମ୍ଭ ହୋଇଛି, କିନ୍ତୁ ସାଧାରଣ ନିର୍ବାଚନରେ ବିରୋଧୀଙ୍କ ବୃଦ୍ଧି ଘଟିଛି। ଏକଜିଟ ପୋଲରେ ଦେଖାଯାଇଥିବା ଆକଳନକୁ ଶାସକ ମିଳିତ ମେଣ୍ଟ ସ୍ପର୍ଶ କରି ନ ଥିଲା, କିନ୍ତୁ ସରକାର ଗଠନ କରିବାରେ ସଫଳ ହୋଇଥିଲା।

ଅଲ ଜଜିରା
କୁଏତ ଗଣମାଧ୍ୟମ ସଂଗଠନ ଅଲ ଜଜିରା ଲେଖିଛନ୍ତି, ସଂଖ୍ୟାଗରିଷ୍ଠତାର ଅଭାବ ମୋଦି ସରକାରଙ୍କୁ ଅନେକ ଆହ୍ବାନ ଦେବ। ଅଲ ଜଜିରା ମଧ୍ୟ ଏନଡିଏ ସହଯୋଗୀ ଚନ୍ଦ୍ରବାବୁ ନାଇଡୁ ଏବଂ ନୀତୀଶ କୁମାରଙ୍କ ଚ୍ୟାଲେଞ୍ଜକୁ ନେଇ ଆଶଙ୍କା ପ୍ରକାଶ କରିଛି ଏବଂ ସରକାରଙ୍କୁ ଏହାର ସମସ୍ତ ସହଯୋଗୀଙ୍କ ଯତ୍ନ ନେବାକୁ ପଡ଼ିବ ବୋଲି ଲେଖିଛନ୍ତି।

ବ୍ଲୁମବର୍ଗ
ପ୍ରଧାନମନ୍ତ୍ରୀ ମୋଦିଙ୍କ ଶପଥ ଗ୍ରହଣ ସମାରୋହରେ ବିଦେଶୀ ଅତିଥିଙ୍କ ଆଗମନ ଏବଂ ୮୦୦୦ ଲୋକଙ୍କ ଉପସ୍ଥିତିରେ ଶପଥ ଗ୍ରହଣ କରିବା ବିଷୟରେ ବ୍ଲୁମବର୍ଗ ଉଲ୍ଲେଖ କରିଛନ୍ତି। ପ୍ରବନ୍ଧରେ ଏହା ମଧ୍ୟ ଲେଖାଯାଇଛି ଯେ, କ୍ଷମତାରେ ରହିବାକୁ ପ୍ରଧାନମନ୍ତ୍ରୀ ମୋଦି ସହଯୋଗୀଙ୍କ ସମର୍ଥନ ଆବଶ୍ୟକ।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ନାବାଳିକା ବଳାତ୍କାର ହତ୍ୟା ଘଟଣାରେ ଜଣଙ୍କୁ ମୃତ୍ୟୁଦଣ୍ଡ

କୋଲକାତା,୭।୯: ପଶ୍ଚିମବଙ୍ଗର ଏକ ଜିଲା କୋର୍ଟ ଗତ ବର୍ଷ ଦାର୍ଜିଲିଂ ଜିଲାର ମାଟିଗାରାରେ ଜଣେ ନାବାଳିକାକୁ ବଳାତ୍କାର ଓ ହତ୍ୟା ମାମଲାରେ ଜଣେ ବ୍ୟକ୍ତିଙ୍କୁ ଶନିବାର...

ଯଦି ସାହାସ ଅଛି ହରିୟାଣା ଆସ, ଭିନେଶଙ୍କ ବିରୋଧରେ ପ୍ରଚାର କର

ନୂଆଦିଲ୍ଲୀ,୭।୯: କୁସ୍ତିଯୋଦ୍ଧା ଭିନେଶ ଫୋଗାଟ ଏବଂ ବଜରଙ୍ଗ ପୁନିଆ କଂଗ୍ରେସ ଦଳରେ ଯୋଗଦେବା ପରଠାରୁ ଭାରତୀୟ ରେସଲିଂ ଆସୋସିଏସନର ପୂର୍ବତନ ସଭାପତି ବ୍ରିଜ ଭୂଷଣ ଶରଣ...

ଛାରପୋକ, ମଶାଙ୍କୁ ନେଇ ରେଲ ବୋର୍ଡରେ ଆତଙ୍କ, ଆସିଲା ନୂଆ ଆଦେଶ

ନୂଆଦିଲ୍ଲୀ,୭।୯: ବେଡ ବଗ ବା ଛାରପୋକ ଏବଂ ମଶା କାହାର ବି ନିଦକୁ ନଷ୍ଟ କରିପାରନ୍ତି। ସେମାନେ ଟ୍ରେନ ପାଇଁ ମଧ୍ୟ ବିପଦ ସୃଷ୍ଟି କରିପାରନ୍ତି...

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ମୋଦିଙ୍କ ନିମନ୍ତ୍ରଣରେ ଭାରତ ଆସିବେ ୟୁଏଇ କ୍ରାଉନ ପ୍ରିନ୍ସ

ନୂଆଦିଲ୍ଲୀ,୭।୯: ପଶ୍ଚିମ ଏସିଆରେ ବଢୁଥିବା ଉତ୍ତେଜନା ମଧ୍ୟରେ ଆବୁଧାବିର ‘କ୍ରାଉନ ପ୍ରିନ୍ସ’ ଶେଖ ଖାଲିଦ ବିନ ମହମ୍ମଦ ବିନ ଜାଏଦ ଅଲ ନାହାନ ରବିବାର (୮...

କାଙ୍ଗାଳ ପାକିସ୍ତାନ ହାତରେ ଲାଗିଲା ଏମିତି ଭଣ୍ଡାର, ବଦଳିଯିବ ଭାଗ୍ୟ

ଇସଲାମାବାଦ,୭।୯: ପାକିସ୍ତାନର ଅନାହାର ଏବଂ ଦୁଃଖଦ ଅବସ୍ଥା ବିଷୟରେ ସମଗ୍ର ବିଶ୍ୱ ଅବଗତ ଅଛି। ପଡୋଶୀ ଦେଶରେ ପରିସ୍ଥିତି ଏପରି ଯେ ଅନେକ ଲୋକ ଏହାକୁ...

ଆଧାର କାର୍ଡକୁ ନେଇ ଆସିଲା ନୂଆ ନିୟମ, ଜାଣିନିଅନ୍ତୁ…

ନୂଆଦିଲ୍ଲୀ,୭।୯: ଆଧାର କାର୍ଡ ସମ୍ପର୍କରେ ସରକାର ଏକ ନୂଆ ନିୟମ ଜାରି କରିଛନ୍ତି। ଯଦି ଆପଣ ଏକ ନୂଆ ଆଧାର କାର୍ଡ କରିବାକୁ ଚାହୁଁଛନ୍ତି କିମ୍ବା...

ୟୁନେସ-ମୋଦିଙ୍କ ମଧ୍ୟରେ କଥାବାର୍ତ୍ତା ପାଇଁ ଅନୁରୋଧ କଲା ବାଂଲାଦେଶ

ବାଂଲାଦେଶ,୭।୯: ବାଂଲାଦେଶ ଚଳିତ ସପ୍ତାହ ଆରମ୍ଭରୁ ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ମହମ୍ମଦ ୟୁନୁସ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ସାକ୍ଷାତ ପାଇଁ ଏକ ଔପଚାରିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri