Posted inଜାତୀୟ

ମୋଦି ନିଜ ଭଳି ଦେଖାଯାଉଥିବା ବ୍ୟକ୍ତିଙ୍କୁ ଗରବା ନାଚୁଥିବା ଦେଖି ଆଶ୍ଚର୍ଯ୍ୟ ହେଲେ, ଜଣାପଡିଲା ସତ୍ୟ…

ନୂଆଦିଲ୍ଲୀ,୨୩।୧୧ : ଡିପଫେକ ଭିଡିଓଗୁଡିକ ବିଷୟରେ ବର୍ତ୍ତମାନ ଅନେକ ଆଲୋଚନା ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହି ଟେକ୍ନୋଲୋଜି ବିଷୟରେ ଚିନ୍ତା ପ୍ରକଟ କରିଛନ୍ତି। ଜି -୨୦ ଭର୍ଚୁଆଲ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଏହା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ସୋସିଆଲ ମିଡିଆରେ ପ୍ରସିଦ୍ଧ ଦକ୍ଷିଣ ଭାରତୀୟ ଅଭିନେତ୍ରୀ ରଶ୍ମିକା ମନ୍ଦନାଙ୍କର ଏକ ଡିପଫେକ ଭିଡିଓ ଭାଇରାଲ ହେବାପରେ ଏହା ଉପରେ ଆଲୋଚନା ଆରମ୍ଭ ହୋଇଥିଲା। ଏହା ପରେ ସରକାର ଏ ସମ୍ପର୍କରେ ଏକ ଆଡଭାଇଜରୀ ମଧ୍ୟ ଜାରି କରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ସେ ମହିଳାମାନଙ୍କ ସହ ଗରବା ନାଚୁଥିବା ଏକ ଭିଡିଓ ଭାଇରାଲ ହୋଇଥିଲା। ଯେଉଁଥିରେ ସେ ଉପସ୍ଥିତ ନ ଥିଲେ। ସେ ଏହି ଭିଡିଓକୁ ଡିପଫେକ ବୋଲି କହିଛନ୍ତି।

ବର୍ତ୍ତମାନ ଏହି ଭାଇରାଲ ଭିଡିଓର ପ୍ରକୃତ ସତ୍ୟ ପଦାକୁ ଆସିଛି। ପ୍ରକାଶ, ଏହି ଭିଡିଓଟି ମିଥ୍ୟା ନୁହେଁ, କିନ୍ତୁ ପିଏମ ମୋଦିଙ୍କ ଭଳି ଜଣେ ବ୍ୟକ୍ତି ଏଥିରେ ଗରବା ନାଚୁଛନ୍ତି। ସେହି ବ୍ୟକ୍ତି ନିଜେ ଏହି ବିଷୟରେ ଏକ ବିବୃତ୍ତି ଦେଇଛନ୍ତି। ଏହି ଭିଡିଓରେ ପିଏମ ମୋଦିଙ୍କ ଭଳି ଦେଖାଯାଉଥିବା ବ୍ୟକ୍ତି ହେଉଛନ୍ତି ବ୍ୟବସାୟୀ ବିକାଶ ମହନ୍ତେ। ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ କହିଛନ୍ତି ଏହା ଏକ ଡିପଫେକ ଭିଡିଓ ନୁହେଁ। ବିକାଶ ମହନ୍ତ କହିଛନ୍ତି ଭାଇରାଲ ଭିଡିଓରେ ମୁଁ ଗରବା ନାଚୁଛି।

ମହନ୍ତେ ଇନଷ୍ଟାଗ୍ରାମରେ ଲେଖିଛନ୍ତି ସେ ଜଣେ କଳାକାର ଏବଂ ଅଭିନେତା ଭାବରେ ତାଙ୍କୁ ଅନେକ କାର୍ଯ୍ୟକ୍ରମରେ ନିମନ୍ତ୍ରଣ କରାଯାଇଛି କାରଣ ସେ ପ୍ରଧାନମନ୍ତ୍ରୀଙ୍କ ଭଳି ଦେଖିବାକୁ। ସେ ସ୍ପଷ୍ଟ କରିଛନ୍ତି ସେ କୌଣସି ପ୍ରକାରେ ମୋଦି ଜି ବୋଲି ନିଜକୁ ଦାବି କରନ୍ତି ନାହିଁ କିମ୍ବା ତାଙ୍କ ଭଳି ଦେଖିବାକୁ ବୋଲି କାହାକୁ କହି ନ ଥାନ୍ତି। ସେ ଏପରି କିଛି କରନ୍ତି ନାହିଁ ଯାହା ଭାରତର ପ୍ରଧାନମନ୍ତ୍ରୀ ଭାବରେ ମୋଦିଙ୍କ ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କରିବ। ସେ କହିଛନ୍ତି ଲୋକଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ଆଦର୍ଶ ବାଣ୍ଟିବା ମୋ ପାଇଁ ଗୌରବର ବିଷୟ।

ଏହି ଭିଡିଓ ସୋସିଆଲ ମିଡିଆରେ ବହୁତ ଶେୟାର କରାଯାଇଥିଲା। ଏ ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଥିଲେ ସେ ଏକ ଡିପଫେକ ଭିଡିଓ ଦେଖିଛନ୍ତି, ଯେଉଁଥିରେ ତାଙ୍କୁ ଗରବା ନାଚୁଥିବାର ଦେଖାଯାଇଛି। ଏହାକୁ ସୋସିଆଲ ମିଡିଆରେ ଶେୟାର କରାଯାଇଥିଲା। ସେ କହିଥିଲେ ଡିପଫେକ ଜାଲର ଶିକାର ହୋଇଥିଲେ। ସେ ସ୍କୁଲ ଛାଡିବା ପରଠାରୁ ଗାରବା କରିନାହାନ୍ତି। ପ୍ରଧାନମନ୍ତ୍ରୀ କହିଥିଲେ ଏଭଳି ଟେକ୍ନୋଲୋଜିର ସଙ୍କଟ ବିଷୟରେ ଲୋକଙ୍କୁ ସଚେତନ ହେବା ଉଚିିତ।

କିଛି ସପ୍ତାହ ପୂର୍ବରୁ, ଭାରତ ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଫେସବୁକ, ଇନଷ୍ଟାଗ୍ରାମ ଏବଂ ୟୁଟ୍ୟୁବ ସମେତ ସୋସିଆଲ ମିଡିଆ ପ୍ଲାଟଫର୍ମକୁ ଏକ ପରାମର୍ଶ ଦେଇଥିଲା। ସେମାନଙ୍କୁ ୨୪ ଘଣ୍ଟା ମଧ୍ୟରେ ଡିପଫେକ ବିଷୟବସ୍ତୁ ହଟାଇବାକୁ କହିଥିଲେ। ଏପରି କରା ନ ଗଲେ ଭାରତୀୟ ଆଇନ ଅନୁଯାୟୀ ଅପରାଧିକ ଏବଂ ନ୍ୟାୟିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତିରେ ଦୁର୍ନୀତି: ୧୬୩ କୋଟି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତ କଲା ଇଡି

ନୂଆଦିଲ୍ଲୀ,୨୬ା୧୦: ପଶ୍ଚିମବଙ୍ଗ ସ୍କୁଲ୍‌ ସେବା ଆୟୋଗ (ଡବ୍ଲ୍ୟୁବିଏସ୍‌ଏସ୍‌ସି) ଦ୍ୱାରା ଗ୍ରୁପ୍‌ ସି ଏବଂ ଡି କର୍ମଚାରୀ ନିଯୁକ୍ତିରେ ବ୍ୟାପକ ଦୁର୍ନୀତି ହୋଇଥିଲା। ଏହାର ମନିଲଣ୍ଡରିଂ ଦିଗ...

ଭାରତ-ଚାଇନା ଚୁକ୍ତିକୁ ନେଇ ଜୟଶଙ୍କର କହିଲେ ସଫଳତା ପଛରେ…

ପୁଣେ,୨୬ା୧୦: ଦୀର୍ଘ ୪ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ପୂର୍ବ ଲଦାଖ ଅନ୍ତର୍ଗତ ଏଲ୍‌ଏସିରେ ଲାଗି ରହିଥିବା ଅଚଳାବସ୍ଥା ଦୂର ପାଇଁ ଉଭୟ ଭାରତ ଓ...

ଖାଲିଟାରେ ଗର୍ଜୁ ନାହାଁନ୍ତି ଗିରିରାଜ…

ପାଟନା,୨୬।୧୦: ବିହାରରେ ଯେଉଁ ଆଡେ ନଜର ପକାଇଲେ ଦେଖିବେ, ଆଜିକାଲି କେବଳ ଭାଜପାର ଫାୟାର ବ୍ରାଣ୍ଡ ନେତା ତଥା କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂଙ୍କ ‘ହିନ୍ଦୁ...

ଭାରତ ଆଡକୁ କାହିଁକି ଆକର୍ଷିତ ହେଉଛି ବିଶ୍ୱ? ଜୟଶଙ୍କର ଦେଲେ ଏମିତି ଜବାବ

ପୁଣେ,୨୬।୧୦: ଶନିବାର ଅର୍ଥାତ୍‌ ଅକ୍ଟୋବର ୨୬ରେ ପୁଣେରେ ଛାତ୍ରମାନଙ୍କ ସହ କଥାବାର୍ତ୍ତା ବେଳେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର କହିଛନ୍ତି ଯେ ଆଜି...

ବାବା ସିଦ୍ଦିକୀ ହତ୍ୟାକାଣ୍ଡର ଖୋଲିଲା ବଡ଼ ଗୁମର, ପୋଲିସ କହିଲା କିଏ ମାମଲାର ମୋଷ୍ଟ ଓ୍ବାଣ୍ଟେଡ

ମୁମ୍ବାଇ,୨୬।୧୦: ବରିଷ୍ଠ ଏନସିପି ନେତା ବାବା ସିଦ୍ଦିକୀଙ୍କ ହତ୍ୟା ମାମଲାରେ ଏକ ବଡ଼ ଥା ସାମ୍ନାକୁ ଆସିଛି। ଏହି ହତ୍ୟା ମାମଲାରେ ମୁମ୍ବାଇ କ୍ରାଇମ ବ୍ରାଞ୍ଚ...

ସ୍ବାମି ଅଭିମୁକ୍ତେଶ୍ୱରାନନ୍ଦଙ୍କଠାରୁ ଆଶୀର୍ବାଦ ନେଲେ ପରିଣିତି-ରାଘବ

ନୂଆଦିଲ୍ଲୀ,୨୬।୧୦: ଶନିବାର ଶଙ୍କରାଚାର୍ଯ୍ୟ ସ୍ବାମୀ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ବତୀ ମହାରାଜ ଆମ ଆଦମୀ ପାର୍ଟି ରାଜ୍ୟ ସଭା ଏମପି ରାଘବ ଚଢା ଏବଂ ଅଭିନେତ୍ରୀ ପରିଣିତି ଚୋପ୍ରାଙ୍କ...

ବିମାନକୁ ବୋମା ଧମକ ପରେ ସହାୟତା ଲୋଡ଼ିଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୨୬ା୧୦: କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଶନିବାର ବିମାନ କମ୍ପାନୀଗୁଡ଼ିକ ପ୍ରତିଦିନ ବୋମା ଧମକ ଦେଉଥିବା ଗୁଜବ ସମ୍ପର୍କରେ ଏକ ଆଡ୍‌ଭାଇଜରି ଜାରି...

ଲରେନ୍ସ ବିଷ୍ଣୋଇଙ୍କ ଗ୍ୟାଙ୍ଗର ଟାର୍ଗେଟରେ ଅଛନ୍ତି ୟୁପିର ବିଧାୟକ!

ମୁମ୍ବାଇ,୨୬।୧୦: ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ଏପର୍ଯ୍ୟନ୍ତ ଅନେକ ରାଜନେତାଙ୍କୁ ଟାର୍ଗେଟ କରି ହତ୍ୟା କରିନ୍ତି। ନିକଟରେ ମୁମ୍ବାଇରେ ବାବା ସିଦ୍ଦିକୀଙ୍କ ହତ୍ୟା ମାମଲା ସମଗ୍ର ଦେଶରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri