Categories: ଜାତୀୟ

ମୋଦି ଲହର ଏବେ ଶେଷ: ସଞ୍ଜୟ ରାଉତ…

ମୁମ୍ବାଇ,୧୪।୫ : କର୍ନାଟକ ନିର୍ବାଚନ ଫଳାଫଳ ପ୍ରକାଶ ପରେ ଶିବସେନା (ଉଦ୍ଧବ ଠାକରେ) ନେତା ସଞ୍ଜୟ ରାଉତ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲହର ଶେଷ ହୋଇଛି ଏବଂ ବର୍ତ୍ତମାନ ତାଙ୍କର ଲହର ଆସିବାକୁ ଯାଉଛି। ବଜରଙ୍ଗ ବାଲି ଭାଜପାକୁ ନୁହେଁ ବରଂ କଂଗ୍ରେସକୁ ସମର୍ଥନ କରିଛନ୍ତି।  ୨୦୨୪ ଲୋକସଭା ନିର୍ବାଚନ ପାଇଁ ଆମର ପ୍ରସ୍ତୁତି ଆରମ୍ଭ ହୋଇଛି। ପ୍ରସ୍ତୁତି ସମ୍ପର୍କରେ ରବିବାର ଶରଦ ପାୱାରଙ୍କ ଘରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ।

କର୍ନାଟକ ନିର୍ବାଚନରେ କଂଗ୍ରେସର ବିଜୟ ଉପରେ ରାଉତ କହିଛନ୍ତି, ଏକଛତ୍ରବାଦୀ ଶାସନକୁ ପରାସ୍ତ କରାଯାଇପାରିବ ବୋଲି କର୍ନାଟକର ଲୋକମାନେ ଦର୍ଶାଇଛନ୍ତି। ଯଦି କଂଗ୍ରେସ ଜିତିଛି, ଏହାର ଅର୍ଥ ହେଉଛି ବଜରଙ୍ଗ ବାଲି ଭାଜପା ସହିତ ନୁହେଁ କଂଗ୍ରେସ ସହିତ ଅଛନ୍ତି। ଆମ ସ୍ବରାଷ୍ଟ୍ରମନ୍ତ୍ରୀ କହୁଥିଲେ ଯଦ ଭାଜପା ହାରିଯାଏ ତେବେ ଦଙ୍ଗା ହେବ। କର୍ନାଟକରେ ସମସ୍ତେ ଶାନ୍ତିପୂର୍ଣ୍ଣ ଏବଂ ଖୁସି ଅଛନ୍ତି। ଦଙ୍ଗା କେଉଁଠାରେ ଘଟୁଛି?

କର୍ନାଟକରେ କଂଗ୍ରେସର ବିଜୟରେ ବିରୋଧୀ ଉତ୍ସାହିତ ଅଛନ୍ତି ଏବଂ ଗୋଟିଏ ପ୍ରକାରେ କେବଳ କଂଗ୍ରେସ ନୁହେଁ ସମଗ୍ର ବିରୋଧୀ ୨୦୨୪ ପାଇଁ ଏକ ଲାଇଫ ଲାଇନ ପାଇଛନ୍ତି।

Share