କୁଡୋସ ବ୍ୟାଙ୍କରେ ମନ୍ତ୍ରୋଚାରଣ ସହିତ ମୋଦିଙ୍କୁ ସ୍ବାଗତ…

ସିଡନୀ,୨୩।୫ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଅଷ୍ଟ୍ରେଲିଆ ଗସ୍ତର ଦ୍ୱିତୀୟ ଦିନରେ ସିଡନୀର କୁଡୋସ ବ୍ୟାଙ୍କ ମଇଦାନରେ ପହଞ୍ଚି ଛନ୍ତି। ତାଙ୍କ ସହ ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନେ ମଧ୍ୟ ଉପସ୍ଥିତ ଅଛନ୍ତି। କୁଡୋସ ବ୍ୟାଙ୍କ ମଇଦାନରେ ଦୁଇ ପ୍ରଧାନମନ୍ତ୍ରୀଙ୍କୁ ମନ୍ତ୍ରୋଚାରଣ ସହିତ ସ୍ବାଗତ କରାଯାଇଛି। ପ୍ରଧାନମନ୍ତ୍ରୀ ମୋଦି ଏଠାରେ ଭାରତୀୟ ସମ୍ପ୍ରଦାୟକୁ ସମ୍ବୋଧିତ କରିବେ।

Share