Categories: ଜାତୀୟ

ସନ୍ଧ୍ୟାରେ ଦଳୀୟ କର୍ମକର୍ତ୍ତାଙ୍କୁ ସମ୍ବୋଧିତ କରିବେ ମୋଦି

ନୂଆଦିଲ୍ଲୀ,୧୦।୩: ଉତ୍ତରପ୍ରଦେଶ ସମେତ ୫ ରାଜ୍ୟରେ ଭୋଟ ଗଣତି ଜାରି ରହିଛି। ବର୍ତ୍ତମାନ ସୁଦ୍ଧା ହୋଇଥିବା ଗଣତିରେ ଉତ୍ତର ପ୍ରଦେଶରେ ପୂର୍ଣ୍ଣ ବହୁମତ ସହ ପୁଣି ଥରେ ସରକାର ଗଢ଼ିବାକୁ ଯାଉଛି ଭାଜପା । ୟୁପିରେ ଦ୍ୱିତୀୟ ଥର ପାଇଁ ସରକାର ଗଢିବା ଆଶା କରାଯାଉଥିବା ନେଇ ଉତ୍ସବ ଆରମ୍ଭ ହୋଇସାରିଛି। ତେବେ ଏ ନେଇ ଆଜି ସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଭାଜପା କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ କରିବେ ।
ପ୍ରଧାନମନ୍ତ୍ରୀ ଆଜି ସନ୍ଧ୍ୟା ୬.୩୦ରେ ଦିଲ୍ଲୀ ସ୍ଥିତ ପାର୍ଟି ଅଫିସରେ ପହଞ୍ଚି ଭାଜପା କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ କରିବେ । ସେହିପରି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବି ସା ୫ଟାରେ ଲକ୍ଷୌ୍ନରେ ଭାଜପା କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ କରିବେ ।

 

Share