ଅନୁଗୋଳ ଆସିବେ ମୋଦି

ଅନୁଗୋଳ,୧୩।୫(ଅମିତ କୁମାର ସାମଲ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୨୦ ତାରିଖରେ ଅନୁଗୋଳ ଆସି ଭାଜପାର ନିର୍ବାଚନୀ ସଭାରେ ଯୋଗଦେବେ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ଚୂଡ଼ାନ୍ତ ହେବା ପରେ ଜିଲା ଭାଜପା ଶିବିରରେ ଭରପୂର ଉତ୍ସାହ ଦେଖାଦେଇଛି। ଏହି ସଭାରେ ଅନୁଗୋଳ ଭାଜପା ବିଧାୟକ ପ୍ରାର୍ଥୀ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ସହ ଜିଲାର ବାକି ୪ ନିର୍ବାଚନମଣ୍ଡଳୀର ଦଳୀୟ ପ୍ରାର୍ଥୀ ଉପସ୍ଥିତ ରହିବେ। ଢେଙ୍କାନାଳ ଏମ୍‌ପି ପ୍ରାର୍ଥୀ ରୁଦ୍ର ନାରାୟଣ ପାଣି ଓ ସମ୍ବଲପୁର ଭାଜପା ଏମ୍‌ପି ପ୍ରାର୍ଥୀ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ମଞ୍ଚରେ ରହିବେ। ଅନୁଗୋଳରେ ଏହି କାର୍ଯ୍ୟକ୍ରମ ପାଇଁ ଭାଜପା ପକ୍ଷରୁ ଉପଯୁକ୍ତ ଜାଗା ଖୋଜା ଯାଉଥିବା ବେଳେ ପଞ୍ଚମହଲା ଠାରେ ଥିବା ଏକ ଖୋଲା ସ୍ଥାନରେ ସାଧାରଣ ସଭା କାର୍ଯ୍ୟ ପାଇଁ ପ୍ରାଥମିକସ୍ତରରେ ଯୋଜନା କରାଯାଉଥିବା କୁହାଯାଉଛି। ଅନୁଗୋଳ ଷ୍ଟାଡିୟମର ନିର୍ମାଣ କାର୍ଯ୍ୟ ଚାଲୁଥିବାରୁ ଏଠାରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ କରିବା ସମ୍ଭବ ହେଉନାହିଁ। ତେଣୁ ଅନୁଗୋଳ ସହର ଉପକଣ୍ଠରେ ଥିବା ସ୍ଥାନକୁ ଭାଜପା ପକ୍ଷରୁ ଚୂଡ଼ାନ୍ତ କରିବାକୁ ପ୍ରସ୍ତାବ ଦିଆଯାଇଛି। ପୂର୍ବାହ୍ନରେ ପ୍ରଧାନମନ୍ତ୍ରୀଙ୍କ ସଭା କାର୍ଯ୍ୟକ୍ରମ ହେବ ବୋଲି ପ୍ରାୟତଃ ସ୍ଥିର ହୋଇଥିବା ଅନୁଗୋଳ ବିଧାନସଭା ଭାଜପା ପ୍ରାର୍ଥୀ ପ୍ରଧାନ କହିଛନ୍ତି। ତେବେ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ସମ୍ପର୍କରେ ଖୁବ୍‌ଶୀଘ୍ର ଅବଗତ କରାଯିବ ବୋଲି ପ୍ରଧାନ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାରେ କାଲିଠୁ ସମସ୍ତ ସ୍କୁଲ ଓ କଲେଜ ବନ୍ଦ: ରାଜ୍ୟ ସରକାରଙ୍କ ଘୋଷଣା

ଭୁବନେଶ୍ୱର, ୨୨।୪: ଆସନ୍ତାକାଲି ଠାରୁ ସ୍କୁଲ ପିଲାଙ୍କ ପାଇଁ ଖରା ଛୁଟି ଘୋଷଣା। ଅପ୍ରେଲ ୨୩ ତାରିଖ ଠାରୁ ଅଙ୍ଗନବାଡି, ଶିଶୁବାଟିକା ଠାରୁ ଆରମ୍ଭ କରି...

୮ ବର୍ଷ ପରେ ପୁଅକୁ ଖୋଜି ପାଇଲେ ମା’

ମୋହନା,୨୨ା୪ମନ୍ମଥ ମିଶ୍ର): ମା’ର ମମତା ଅନନ୍ୟ। ସେ ଯେଉଁଠି ଯେଉଁ ଅବସ୍ଥାରେ ଥିଲେ ମଧ୍ୟ ନିଜ ସନ୍ତାନକୁ ଝୁରି ହୋଇଥାଏ। ଗଜପତି ଜିଲା ପାରଳାଖେମୁଣ୍ଡି ମୋହନା...

ଖୋଜି ଖୋଜି ହିନ୍ଦୁଙ୍କୁ ହତ୍ୟା କଲେ ଆତଙ୍କବାଦୀ; ମୋଦି କହିଲେ-‘କାହାରିକୁ ଛଡ଼ାଯିବ ନାହିଁ’

ନୂଆଦିଲ୍ଲୀ, ୨୨।୪: ଏକ ଭୟଙ୍କର ଲକ୍ଷ୍ୟଭିତ୍ତିକ ଆତଙ୍କବାଦୀ ଘଟଣାରେ, ଇସଲାମିକ ଉଗ୍ରପନ୍ଥୀମାନେ ମଙ୍ଗଳବାର ଦକ୍ଷିଣ କାଶ୍ମୀରର ପହଲଗାମରେ ପର୍ଯ୍ୟଟକଙ୍କ ଏକ ଦଳ ଉପରେ ଆକ୍ରମଣ କରିଥିଲେ,...

କେମେଷ୍ଟ୍ରି ପେପର ଖରାପ ହୋଇଛି ୪ ହଜାର ଟଙ୍କା ଦେଲେ ପାସ ମାର୍କ ମିଳିବ: ଆସୁଛି ଫୋନ କଲ,

ଗଞ୍ଜାମ,୨୨ା୪(ବିଦ୍ୟାଧର ସାହୁ): ଗଞ୍ଜାମ ମହାବିଦ୍ୟାଳୟ ବିଜ୍ଞାନ ଛାତ୍ରୀଛାତ୍ରମାନଙ୍କ ଅଭିଭାବକମାନଙ୍କୁ ଗତ ଦୁଇଦିନ ହେଲା ଏକ ଫୋନ କଲ ଆସୁଛି। ତୁମ ପିଲାର କେମେଷ୍ଟ୍ରି ପେପର ଖରାପ...

ମାଙ୍କଡ଼ କାମୁଡ଼ାରେ ୪ ଆହତ

ଗଞ୍ଜାମ,୨୨ା୪(ବିଦ୍ୟାଧର ସାହୁ)-ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ପୁଇଁତୋଳା ଗ୍ରାମରେ ପାଗଳ ମାଙ୍କଡ଼ ଆତଙ୍କ ଖେଳାଇଛି। ସେହି ମାଙ୍କଡ଼ କାମୁଡାରେ ସୋମବାର ଓ ମଙ୍ଗଳବାର ଦୁଇ ଦିନରେ ଗ୍ରାମର...

‘ମୋଦିଙ୍କୁ ଯାଇ କହିବ,’ସ୍ୱାମୀଙ୍କୁ ହତ୍ୟା କରିବା ପରେ ମହିଳାଙ୍କୁ ଏମିତି କହିଲେ ପହଲଗାମ ଆକ୍ରମଣକାରୀ

ନୂଆଦିଲ୍ଲୀ, ୨୨।୪: କର୍ଣ୍ଣାଟକର ଶିବମୋଗାର ଜଣେ ବ୍ୟକ୍ତି ମଙ୍ଗଳବାର ତାଙ୍କ ପରିବାର ସହ ଜମ୍ମୁ ଓ କାଶ୍ମୀରର ପହଲଗାମରେ ଛୁଟି କାଟୁଥିବା ବେଳେ ଏକ ଆତଙ୍କବାଦୀ...

ଦିଗପହଣ୍ଡିରେ ଶ୍ରୀ ରାମଚରିତ ମାନସ କାର୍ଯ୍ୟକ୍ରମ: ଶ୍ରୀରାମଚରିତ ସମଗ୍ର ମାନବ ଜାତିର ମାର୍ଗଦର୍ଶକ

ଦିଗପହଣ୍ଡି,୨୨|୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ରାଜବାଟି ସିଂହଦ୍ଵାର ସମ୍ମୁଖରେ ଗତ ଶୁକ୍ରବାର ଠାରୁ ଆରମ୍ଭ ହୋଇଥିବା ଶ୍ରୀରାମ ଚରିତ ମାନସ ନବାହ୍ନ ପାରାୟଣ ଓ ପ୍ରବଚନ...

ପହଲଗାମ ଆତଙ୍କବାଦୀ ଆକ୍ରମଣ: ଅତିକମରେ ୨୪ ହିନ୍ଦୁ ପର୍ଯ୍ୟଟକ ମୃତ, ପୁଲିସ ସୂତ୍ରରୁ ମିଳିଲା ବଡ ସୂଚନା

ନୂଆଦିଲ୍ଲୀ, ୨୨।୪: ଏକ ବିନାଶକାରୀ ଆତଙ୍କବାଦୀ କାର୍ଯ୍ୟରେ, ପହଲଗାମ ନିକଟସ୍ଥ ବୈସାରଣ ମେଦୋରେ ବନ୍ଧୁକଧାରୀମାନେ ପର୍ଯ୍ୟଟକଙ୍କ ଏକ ଦଳ ଉପରେ ଗୁଳି ଚଳାଇବାରେ ଅତିକମରେ ୨୪...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image