୧୬ରେ ଆସୁଛନ୍ତି ମୋଦି, ଭୁବନେଶ୍ୱରରେ କରିବେ ରୋଡ ଶୋ’

ଭୁବନେଶ୍ୱର,୧୪।୪(ବ୍ୟୁରୋ): ଆସନ୍ତା ୧୬ରେ ପୁଣି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଗସ୍ତ କାଳରେ ସେ ରାଜଧାନୀ ଭୁବନେଶ୍ୱରର ବରମୁଣ୍ଡା ପଡ଼ିଆରେ ଆୟୋଜିତ ହେବାକୁ ଥିବା ସାଧାରଣ ସଭାରେ ଯୋଗ ଦେବେ। ଏଥିସହ ସେ ଏକ ରୋଡ୍‌ ଶୋ’ କରିବେ ବୋଲି ଜଣାପଡ଼ିଛି। ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ବାହାରି ଗଙ୍ଗନଗର, ଓୟୁଏଟି ଦେଇ ମୋଦି ବରମୁଣ୍ଡା ଶିବ ମନ୍ଦିର ହୋଇ ବରମୁଣ୍ଡା ପଡ଼ିଆରେ ପହଞ୍ଚିବେ। ସେଠାରେ ଅପରାହ୍ନ ୨ଟାରେ ସେ ଉପସ୍ଥିତ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେବେ ବୋଲି ଦଳର ରାଜ୍ୟ ଉପସଭାପତି ସମୀର ମହାନ୍ତି ସୂଚନା ଦେଇଛନ୍ତି।

Share