Categories: ଜାତୀୟ

ସୋମବାର ‘ପରୀକ୍ଷା ପେ ଚର୍ଚ୍ଚା’ କରିବେ ମୋଦି: ୨ କୋଟିରୁ ଅଧିକ ଛାତ୍ରୀଛାତ୍ର କରିଛନ୍ତି ପଞ୍ଜୀକରଣ…

ନୂଆଦିଲ୍ଲୀ,୨୮।୧ : ୨୯ ଜାନୁଆରୀ ୨୦୨୪ ସୋମବାର ପରୀକ୍ଷା ଉପରେ ଏକ ଆଲୋଚନା କାର୍ଯ୍ୟକ୍ରମ ଆୟୋଜିତ ହେବ। ୨ କୋଟିରୁ ଅଧିକ ଛାତ୍ରୀଛାତ୍ର, ଅଭିଭାବକ ଏବଂ ଶିକ୍ଷକ ଏହି ପରୀକ୍ଷା ପେ ଚର୍ଚ୍ଚା(ପିପିସି) କାର୍ଯ୍ୟକ୍ରମ ପାଇଁ ପଞ୍ଜୀକୃତ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହୀ କାର୍ଯ୍ୟକ୍ରମରେ ସମ୍ବୋଧିତ କରିବେ ଏବଂ ପରୀକ୍ଷା ଉପରେ ଆଲୋଚନା କରିବେ।

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋସିଆଲ ମିଡିଆ ସାଇଟ ଏକ୍ସରେ ଏହି କାର୍ଯ୍ୟକ୍ରମ ସହ ଜଡିତ ସର୍ବଶେଷ ଅପଡେଟଗୁଡିକ ଶେୟାର କରିଛନ୍ତି। ତାଙ୍କ କହିବାନୁସାରେ, ପିଏମ ମୋଦିଙ୍କ ବହୁ ପ୍ରତୀକ୍ଷିତ କାର୍ଯ୍ୟକ୍ରମ ପିପିସି ୨୦୨୪ ପାଇଁ ୨.୨୬ କୋଟି ପଞ୍ଜୀକରଣ ହୋଇଛି। ଏହି କାର୍ଯ୍ୟକ୍ରମ ଭାରତ ମଣ୍ଡପମ, ଆଇଟିପିଓ, ପ୍ରଗତି ମଇଦାନ, ନୂଆଦିଲ୍ଲୀରେ ପୂର୍ବାହ୍ନ ୧୧ଟାରୁ ରେ ଆୟୋଜିତ ହେବ। ପରୀକ୍ଷା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଲୋଚନାର ଏହା ହେଉଛି ସପ୍ତମ ସଂସ୍କରଣ।

 

ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ପରୀକ୍ଷା, ଶିକ୍ଷା କ୍ଷେତ୍ର ସହ ଜଡିତ ସମସ୍ତ ଆହ୍ନାନ ଉପରେ ଛାତ୍ରୀଛାତ୍ର, ଶିକ୍ଷକ ଏବଂ ଅଭିଭାବକମାନଙ୍କ ସହ ଆଲୋଚନା କରିବେ। ଏହି କାର୍ଯ୍ୟକ୍ରମ ଶିକ୍ଷା ମନ୍ତ୍ରଣାଳୟ ଏବଂ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଟୁଇଟର, ଫେସବୁକ ଏବଂ ୟୁଟ୍ୟୁବ ଚ୍ୟାନେଲରେ ସିଧା ପ୍ରସାରଣ ହେବ। ଏହା ସହିତ, ଲାଇଭ ପ୍ରସାରଣର ସମସ୍ତ ଲିଙ୍କ education.gov.inରେ ମଧ୍ୟ ଉପଲବ୍ଧ ହେବ ।

MyGov ପୋର୍ଟାଲରେ ଉପଲବ୍ଧ ସୂଚନା ଅନୁଯାୟୀ, ଛାତ୍ରୀଛାତ୍ରମାନଙ୍କ ସହିତ ୧୪ଲକ୍ଷରୁ ଅଧିକ ଶିକ୍ଷକ ଏବଂ ୫ ଲକ୍ଷ ଅଭିଭାବକ ଏହି କାର୍ଯ୍ୟକ୍ରମ ପାଇଁ ପଞ୍ଜୀକୃତ ହୋଇଛନ୍ତି। ଏହ ିସ୍ବତନ୍ତ୍ର କାର୍ଯ୍ୟକ୍ରମ ସମୟରେ ୪ ହଜାର ଲୋକ ସିଧାସଳଖ ପିଏମ ମୋଦିଙ୍କ ସହ କଥା ହୋଇପାରିବେ। ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ୧୦୦ ଛାତ୍ରୀଛାତ୍ର ମଧ୍ୟ ଏହି କାର୍ଯ୍ୟକ୍ରମର ଏକ ଅଂଶ ହେବେ।

କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଛାତ୍ରୀଛାତ୍ର, ଶିକ୍ଷକ ଏବଂ ଅଭିଭାବକଙ୍କ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନର ଉତ୍ତର ମଧ୍ୟ ଦେବେ । କେତେକ ମନୋନୀତ ଛାତ୍ରୀଛାତ୍ରଙ୍କୁ ପିଏମ ମୋଦିଙ୍କ ଦ୍ୱାରା ଲିଖିତ ଏଗାଜମ ୱାରିୟର୍ସ ମଧ୍ୟ ପ୍ରଦାନ କରାଯିବ।

Share