ନୂଆଦିଲ୍ଲୀ,୨୬।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦେଶକୁ ହଜାର ହଜାର କୋଟି ଟଙ୍କା ଉପହାର ଦେବେ। ଏଥିରେ ଅନେକ ରେଳ ଏବଂ ଭିତ୍ତିଭୂମି ବିକାଶ ପ୍ରକଳ୍ପ ଅନ୍ତର୍ଭୁକ୍ତ। ପ୍ରଧାନମନ୍ତ୍ରୀ ଭିତ୍ତି ପ୍ରସ୍ତର ସ୍ଥାପନ କରିବେ ଏବଂ ଭିଡିଓ କନଫରେନ୍ସିଂ ମାଧ୍ୟମରେ ୪୧,୦୦୦କୋଟିରୁ ଅଧିକ ମୂଲ୍ୟର ପ୍ରାୟ ଦୁଇ ହଜାର ରେଳ ଏବଂ ଭିତ୍ତିଭୂମି ପ୍ରକଳ୍ପର ଉଦଘାଟନ ଦେଶକୁ ଉତ୍ସର୍ଗ କରିବେ। ଅମୃତ ଭାରତ ଷ୍ଟେଶନ ଯୋଜନା ଅଧୀନରେ ୫୫୩ ରେଳ ଷ୍ଟେସନର ପୁନଃନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀ ଭିତ୍ତିପ୍ରସ୍ତର ସ୍ଥାପନ କରିବେ।
ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରୁ ୫୩୩ରେଳ ଷ୍ଟେଶନ ଚୟନ କରାଯାଇଛି। ୧୯,୦୦୦ କୋଟିରୁ ଅଧିକ ମୂଲ୍ୟରେ ଏହି ଷ୍ଟେଶନଗୁଡ଼ିକର ପୁନଃନିର୍ମାଣ କରାଯିବ। ଷ୍ଟେଶନରେ ଯାତ୍ରୀମାନଙ୍କୁ ଆଧୁନିକ ସୁବିଧା ଯୋଗାଇ ଦିଆଯିବ। ଷ୍ଟେଶନ କୋଠାଗୁଡ଼ିକର ଡିଜାଇନ ସ୍ଥାନୀୟ ସଂସ୍କୃତି, ଐତିହ୍ୟ ଏବଂ ସ୍ଥାପତ୍ୟ ଦ୍ୱାରା ଅନୁପ୍ରାଣିତ ହେବ।