Categories: ଜାତୀୟ

ଆମେରିକା ଯିବେ ମୋଦି

ନୂଆଦିଲ୍ଲୀ,୧୬ା୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତମାସ ୨୦ରୁ ୨୫ ତାରିଖ ମଧ୍ୟରେ ଆମେରିକା ଏବଂ ଇଜିପ୍ଟ ଗସ୍ତରେ ଯିବେ। ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ ପାଇଛି। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏବଂ ପ୍ରଥମ ଲେଡି ଡକ୍ଟର ଜିଲ ବାଇଡେନଙ୍କ ନିମନ୍ତ୍ରଣରେ ପ୍ରଧାନମନ୍ତ୍ରୀ ଏହି ଗସ୍ତ କରିବେ।

ନ୍ୟୁୟର୍କରେ ମୋଦିଙ୍କ ଗସ୍ତ ଆରମ୍ଭ ହେବ। ସେଠାରେ ପ୍ରଧାନମନ୍ତ୍ରୀ ଜୁନ୍‌ ୨୧ରେ ମିଳିତ ଜାତିସଂଘ ମୁଖ୍ୟାଳୟରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରିବେ। ଏହା ପରେ ଜୁନ୍‌ ୨୨ରେ ଏକ ରାଜକୀୟ ଭୋଜିରେ ଯୋଗଦେବେ। ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ଆମେରିକା କଂଗ୍ରେସର ମିଳିତ ଅଧିବେଶନକୁ ମଧ୍ୟ ସମ୍ବୋଧିତ କରିବେ।

Share