Categories: ଜାତୀୟ

କେରଳ ଯିବେ ମୋଦି, ଓ୍ବାୟନାଡ଼ ପ୍ରଭାବିତ ଅଞ୍ଚଳର କରିବେ ପରିଦର୍ଶନ

ନୂଆଦିଲ୍ଲୀ,୯।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଗଷ୍ଟ ୧୦ରେ କେରଳର ୱାୟନାଡରେ ଭୂସ୍ଖଳନ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବେ। ଏହି ଦୈବି ଦୁର୍ବିପାକରେ ୩୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିବା ବେଳେ ଏହି ବିନାଶର ପ୍ରଧାନମନ୍ତ୍ରୀ ଏକ ବିମାନ ସର୍ଭେ କରିବେ।
୩୦ ଜୁଲାଇ ୨୦୨୪ରେ ପ୍ରବଳ ବର୍ଷା ହେତୁ କେରଳର ୱାୟନାଡ ଜିଲାରେ ଭୂସ୍ଖଳନ ଘଟିଥିଲା। ଏଠାରେ ୪୨୦ ଜଣଙ୍କ ମୃତ୍ୟୁ ନିଶ୍ଚିତ ହୋଇଥିବାବେଳେ ୧୫୦ଜଣ ନିଖୋଜ ଥିବା ସୂଚନା ମିଳିଛି। ଏଥିସହ ଅତିକମରେ ୭୨୩ ଜଣ ଆହତ ହୋଇଛନ୍ତି। ସେନା କର୍ମଚାରୀ, ଏସଓଜି ଅଧିକାରୀ ଏବଂ ଜଙ୍ଗଲ ଅଧିକାରୀଙ୍କ ଏକ ସ୍ବତନ୍ତ୍ର ଟିମ ସୁଜିପାରାସ୍ଥିତ ସୂର୍ଯ୍ୟୋଦୟ ଉପତ୍ୟକାର ଜଙ୍ଗଲ ଭିତରେ ସର୍ଚ୍ଚ ଅପରେସନ କରୁଛନ୍ତି।
ଜୁଲାଇ ୩୦ପରେ ଆରମ୍ଭ ହୋଇଥିବା ଦଶ ଦିନିଆ ଉଦ୍ଧାର କାର୍ଯ୍ୟ ପରେ ଭାରତୀୟ ସେନା ଶୀଘ୍ର ୱାୟନାଡରୁ ଫେରିବାକୁ ଯାଉଛି। ସେନା ଉଦ୍ଧାର କାର୍ଯ୍ୟକୁ ଏନଡିଆରଏଫ, ଏସଡିଆରଏଫ, ଅଗ୍ନିଶମ ବାହିନୀ ଏବଂ କେରଳ ପୋଲିସ ହସ୍ତାନ୍ତର କରିବ ବୋଲି ଆଶା କରାଯାଉଛି। ଇସ୍ରୋର ବିଶ୍ଳେଷଣରୁ ଜଣାପଡିଛି ଯେ ଏହି ଭୂସ୍ଖଳନ ୮୬,୦୦୦ବର୍ଗ ମିଟର ଅଞ୍ଚଳକୁ ୮କିଲୋମିଟର ପରିମିତ କରିଛି।

Share