Categories: ଜାତୀୟ

୧୯ରେ ତେଲେଙ୍ଗାନା ଯିବେ ମୋଦି: ବିକାଶମୂଳକ ପ୍ରକଳ୍ପର କରିବେ ଉଦ୍‌ଘାଟନ

ନୂଆଦିଲ୍ଲୀ, ୧୦।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୧୯ ତାରିଖରେ ତେଲେଙ୍ଗାନା ଗସ୍ତ କରିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ୭ ହଜାର କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିକାଶମୂଳକ ପ୍ରକଳ୍ପର ମୂଳଦୁଆ ପକାଇବେ।
ଦୁଇ ମାସ ମଧ୍ୟରେ ଦକ୍ଷିଣ ପ୍ରଦେଶକୁ ଏହା ପ୍ରଧାନମନ୍ତ୍ରୀଙ୍କ ଦ୍ୱିତୀୟ ଗସ୍ତ ହେବ। ମିଳିଥିବା ସୂଚନାନୁଯାୟୀ, ପ୍ରଧାନମନ୍ତ୍ରୀ ପ୍ରଥମେ ସିକନ୍ଦରାବାଦ ରେଳ ଷ୍ଟେଶନରୁ ଅଷ୍ଟମ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିବେ। ଏହି ଟ୍ରେନ୍‌ ସିକନ୍ଦରାବାଦ ଏବଂ ବିଶାଖାପାଟଣମ୍‌ ପର୍ଯ୍ୟନ୍ତ ଚାଲିବ। ତେବେ ୱାରଙ୍ଗଲ, ଖମାମ, ବିଜୟୱାଡା ଏବଂ ରାଜମୁଣ୍ଡ୍ରି ଆଦି ଷ୍ଟପେଜ୍‌ ହେବାକୁ ଧାର୍ଯ୍ୟ ହୋଇଛି। ଏହା ପରେ ମୋଦି ୬୯୯ କୋଟି ଟଙ୍କା ବ୍ୟୟରେ ସିକନ୍ଦରାବାଦ ରେଳ ଷ୍ଟେଶନରେ ବିକାଶ କାର୍ଯ୍ୟ ପାଇଁ ଭୂମି ପୂଜନ କରିବାର କାର୍ଯ୍ୟକ୍ରମ ରହିଛି।

Share