ନିବେଶ ବୃଦ୍ଧି ପାଇଁ ୧୫ ଗ୍ଲୋବାଲ୍‌ ଫଣ୍ଡ୍‌ ହାଉସ୍‌ ସହିତ ଆଲୋଚନା କରିବେ ମୋଦି

ନୂଆଦିଲ୍ଲୀ, ୨୨।୧୦: ଦେଶରେ ବିବେଶ ବୃଦ୍ଧି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖୁବ୍‌ ଶୀଘ୍ର ୧୫ ଗ୍ଲୋବାଲ ଫଣ୍ଡ୍‌ ସାଉସ୍‌ର ପ୍ରତିନିଧିଙ୍କ ସହିତ ଆଲୋଚନା କରିବେ। ଏସମ୍ପର୍କରେ ଅର୍ଥ ବ୍ୟାପାର ବିଭାଗ ସଚିବ ତରୁଣ ବଜାଜ ସୂଚନା ଦେଇଛନ୍ତି। ଦେଶର ଭିତ୍ତିଭୂମି ବିକାଶ କ୍ଷେତ୍ରରେ ନିବେଶ କରାଇବା ଲକ୍ଷ୍ୟ ନେଇ ଏହି ଆଲୋଚନ କରାଯିବ ବୋଲି ସେ କହିଛନ୍ତି। ଆସନ୍ତା ୫ ବର୍ଷରେ ଦେଶର ଭିତ୍ତିଭୂମି ବିକାଶ ପାଇଁ ୧୧୧ ଲକ୍ଷ କୋଟି ଟଙ୍କାର ପାଣ୍ଠିର ଆବଶ୍ୟକତା ରହିବ। ଏଥି ଲାଗି ୭ ହଜାର ପରିଯୋଜନାକୁ ଚିହ୍ନଟ କରାଯାଇଥିବା ସେ କହିଛନ୍ତି।

Share