Categories: ଜାତୀୟ

ଆଜି କାଶୀରେ ସବୁଠାରୁ ବଡ ରୋଡ ଶୋ’ କରିବେ ମୋଦି, ୨୮ କିଲୋମିଟର ପର୍ଯ୍ୟନ୍ତ ହେବ ପୁଷ୍ପବର୍ଷା

ବାରାଣସୀ,୯।୩: ଲଗାତାର ତୃତୀୟ ଥର ପାଇଁ ବାରାଣସୀ ସଂସଦୀୟ ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅର୍ଥାତ୍‌ ଶନିବାର ସବୁଠାରୁ ବଡ ରୋଡ ଶୋ’ କରିବେ। ବାବତପୁରରୁ ବରେକା ପର୍ଯ୍ୟନ୍ତ ୨୮ କିଲୋମିଟର ଲମ୍ବା ମାର୍ଗରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ଫୁଲ ବର୍ଷା ହେବ। ବିଶେଷ କଥା ହେଉଛି ମୋଦି ମଧ୍ୟ ତାଙ୍କ କାରର ରୁଫଟଫରୁ ବାହାରକୁ ଆସି ଲୋକଙ୍କୁ ଅଭିବାଦନ ଜଣାଇବେ।

ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ ପାଇଁ ସଡକ ମାର୍ଗରେ ଭାଜପା ୧୬ଟି ପଏଣ୍ଟ କରିଛି। ଦୁଇ ଦିନ ମଧ୍ୟରେ ଦ୍ୱିତୀୟ ଥର ପାଇଁ ବାରାଣସୀକୁ ଆସୁଥିବା ପ୍ରଧାନମନ୍ତ୍ରୀ ମଧ୍ୟ ୨୨ଫେବୃଆରୀରେ ବିମାନ ବନ୍ଦରରୁ ବରେକା ଯାଇଥିଲେ। କିନ୍ତୁ, ସେହି ଯାତ୍ରା ସମୟରେ ସେ ଅଭିବାଦନ ଗ୍ରହଣ କରି କାର ଭିତରୁ ହାତ ହଲାଇଥିଲେ। ଶନିବାର ସା ୬ଟା ପରେ ପ୍ରଧାନମନ୍ତ୍ରୀ ବାବତପୁର ବିମାନବନ୍ଦରରୁ ବିଦାୟ ନେବେ, ସେ ମଧ୍ୟ କାରରୁ ଅନେକ ସ୍ଥାନକୁ ଆସି ଲୋକଙ୍କୁ ଅଭିବାଦନ ଜଣାଇବେ।
ପ୍ରଧାନମନ୍ତ୍ରଙ୍କ ସ୍ବାଗତ ନିମନ୍ତେ ବହୁ ସଂଖ୍ୟାରେ ଲୋକ ବାବତପୁର ବିମାନବନ୍ଦର, ହରହୁଆ ସ୍କୋୟାର, ଶିବପୁର ସ୍କୋୟାର, ଅରଦାଲୀ ବଜାର, କାଚାରି ସ୍କୋୟାରରେ ଲାହର୍ତ୍ତାର ସ୍କୋୟାର, ମାଣ୍ଡୁୱାଡିହ ସ୍କୋୟାର, ବିଏଲଡବ୍ଲୁ ଗେଟ ଆଗରେ ଏକତ୍ରିତ ହେବେ ଏବଂ ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କରିବେ। ଏହା ସହିତ ବଟୁକ, ଡମ୍ବରୁ ଦଳ ଏବଂ କଳାକାରମାନେ ମନ୍ତ୍ର ଉଚ୍ଚାରଣ କରିବା ପାଇଁ ଏହି ସ୍ଥାନଗୁଡ଼ିକରେ ଉପସ୍ଥିତ ରହିବେ। ଶୁକ୍ରବାର ମୋଦିଙ୍କୁ ଭେଟିବାକୁ ଥିବା ଦଳର ଅଧିକାରୀଙ୍କ ତାଲିକା ଚୂଡାନ୍ତ ହୋଇଛି।
ମାର୍ଚ୍ଚ ୯ରାତିରେ ପ୍ରଧାନମନ୍ତ୍ରୀ ମୋଦିପଶ୍ଚିମବଙ୍ଗରୁ କାଶୀରେ ପହଞ୍ଚିବେ। ରାତି ବିଶ୍ରାମ ପରେ, ପରଦିନ ସକାଳେ ବିଏଲଡବ୍ଲୁ ହେଲିପ୍ୟାଡରୁ ଆଜମଗଡରେ ସାଧାରଣ ସଭାକୁ ଯିବେ।

Share