Categories: ଜାତୀୟ

ତିନି ସେନା ମୁଖ୍ୟଙ୍କୁ ଭେଟିବେ ମୋଦି

ନୂଆଦିଲ୍ଲୀ,୨୦।୬: କେନ୍ଦ୍ର ସରକାର ଆଣିଥିବା ‘ଅଗ୍ନିପଥ’ ଯୋଜନା ବିରୋଧରେ ଦେଶରେ ଏବେ ଅନେକ ସ୍ଥାନରେ କ୍ରମାଗତ ବିରୋଧ ପ୍ରଦର୍ଶନ କରାଯାଉଛି। ଇତି ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦି ମଙ୍ଗଳବାର ତିନି ସେନାର ମୁଖ୍ୟଙ୍କୁ ଭେଟିବେ। ଏହି ତିନି ସେନା ମୁଖ୍ୟଙ୍କୁ ଅଲଗା ଅଲଗା ଭେଟିବେ ବୋଲି ଜଣାପଡିଛି। ତେବେ ନୌସେନାର ମୁଖ୍ୟ ଆଡମିରାଲ ଆର ହରି କୁମାର ପ୍ରଥମେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବେ ବୋଲି ସରକାରୀ ସୂତ୍ରରୁ ଜଣାପଡିଛି।

ଅନ୍ୟପଟେ, ସୋମବାର ନୂତନ ନିଯୁକ୍ତି ସମ୍ପର୍କରେ ଏକ ବିଜ୍ଞପ୍ତି ଜାରି ହୋଇଛି। ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ, ନୂତନ ନିଯୁକ୍ତି ପାଇଁ ଜୁଲାଇରୁ ପଞ୍ଜିକରଣ ଆରମ୍ଭ ହେବ। ସମସ୍ତ ଆବେଦନକାରୀ ଅନ୍‌ଲାଇନ ମାଧ୍ୟମରେ ପଞ୍ଜିକରଣ କରିପାରିବେ।

Share