Categories: ଜାତୀୟ

ଅସନ୍ତୁଷ୍ଟଙ୍କ ମୁହଁରେ ପୁଣି ହସ ଫୁଟାଇବେ ମୋଦି!

ନୂଆଦିଲ୍ଲୀ,୧୧।୭: ନିକଟରେ ମୋଦି ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ହୋଇଛି। ସମ୍ପ୍ରସାରଣ ବେଳେ ରବି ଶଙ୍କର ପ୍ରସାଦ, ହର୍ଷ ବର୍ଦ୍ଧନ ଏବଂ ପ୍ରକାଶ ଜାଭଡେକରଙ୍କ ଭଳି କିଛି ହେବିଓ୍ବେଟ୍‌ଙ୍କ ସମେତ ୧୨ ଜଣ ମନ୍ତ୍ରୀ ସେମାନଙ୍କ ପଦରୁ ଇସ୍ତଫା ଦେଇଥିଲେ। କ୍ୟାବିନେଟରୁ ବାହାରିବା ପରେ ରବି ଶଙ୍କର ପ୍ରସାଦ ଏବଂ ପ୍ରକାଶ ଜାଭଡେକରଙ୍କୁ ଖୁବ ଶୀଘ୍ର ଭାଜପାରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯିବାର ସମ୍ଭାବନା ରହିଛି। ଉଭୟ ନେତାଙ୍କୁ ଦଳର ମହାସଚିବ କିମ୍ବା ଉପାଧ୍ୟକ୍ଷ କରାଯାଇପାରେ। ଏହା ସହିତ ଆଗାମୀ ନିର୍ବାଚନ ହେବାକୁ ଥିବା ରାଜ୍ୟଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମଧ୍ୟ ଦାୟିତ୍ୱ ଦିଆଯାଇପାରେ।
ଆସନ୍ତା ବର୍ଷ ଆରମ୍ଭରେ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ଗୋଆ ଏବଂ ମଣିପୁରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଆଶା କରାଯାଉଛି ଯେ ଏହାକୁ ଦୃଷ୍ଟିରେ ରଖି ରବି ଶଙ୍କର ପ୍ରସାଦ, ପ୍ରକାଶ ଜାଭଡେକର, ନିଶଙ୍କ ଏବଂ ହର୍ଷ ବର୍ଦ୍ଧନଙ୍କ ସମେତ କିଛି ନେତା ନିର୍ବାନନ ଦାୟିତ୍ୱରେ ରହିବେ। ଅତୀତରେ ପ୍ରସାଦ ଏବଂ ଜାଭଡେକର ମଧ୍ୟ ଭାଜପା ସଂଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ନିଶଙ୍କ ମଧ୍ୟ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ହୋଇଥିବାବେଳେ ହର୍ଷ ବର୍ଦ୍ଧନ ମଧ୍ୟ ଦିଲ୍ଲୀ ଭାଜପାର ସଭାପତି ଭାବରେ କାର୍ଯ୍ୟ କରିଛନ୍ତି।

 

Share