ଜାନୁୟାରୀ ୧୬ରେ କୋ-ଓ୍ବିନ୍‌ ଆପ୍‌ର ଲୋକାର୍ପଣ କରିବେ ମୋଦି

ନୂଆଦିଲ୍ଲୀ,୧୩।୧: ଦେଶରେ କରୋନା ମହାମାରୀ ବିରୋଧରେ ଲଢ଼େଇ ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚିଛି। ଏନେଇ ସାର୍ବଜନୀକ ପ୍ରତିଷେଧକ ଟିକାକରଣ ଜାନୁୟାରୀ ୧୬ରୁ ଆରମ୍ଭ ହେବ। ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା କରାଯିବ। ଏହି ଦିନ ମୋଦି କୋ-ଓ୍ବିନ୍‌ ଆପ୍‌ର ଲୋକାର୍ପଣ ମଧ୍ୟ କରିବେ। ଭିଡ଼ିଓ କନଫରେନ୍ସିଂରେ ମୋଦି ଏହି କାର୍ଯ୍ୟକ୍ରମରେ ଯୋଗଦେବାର ଯୋଜନା ରହିଛି। ଏହି କାର୍ଯ୍ୟକ୍ରମ ସହିତ ଦେଶର ବିଭିନ୍ନ ରାଜ୍ୟରେ ସାର୍ବଜନୀକ କରୋନା ଟିକାକରଣ ଆରମ୍ଭ ହେବ। କୋ-ଓ୍ବିନ୍‌ ଆପ୍‌ ମାଧ୍ୟମରେ ଟିକାକରଣ ପାଇଁ ପଞ୍ଜିକରଣ କରାଯିବ। ଏହି ଆପ୍‌ ସହାୟତାରେ ଆବେଦନକାରୀଙ୍କୁ ଟିକା ନେବା ତାରିଖ, ସ୍ଥାନ ଏବଂ ଅନ୍ୟାନ୍ୟ ସୂଚନା ପ୍ରଦାନ କରାଯିବ।

Share