ନୂଆଦିଲ୍ଲୀ,୫।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ହିମାଚଳ ପ୍ରଦେଶ ଗସ୍ତ କରିବେ। ସେଠାରେ ୩୬୫୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବେ। ଏହାସହ ବିଲାସପୁରରେ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ସାଇନ୍ସ (ଏଆଇଆଇଏମ୍ଏସ୍)ର ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଏହାପରେ ପ୍ରଧାନମନ୍ତ୍ରୀ ପ୍ରାୟ ୩.୧୫ରେ କୁଲୁର ଧଲପୁର ଗ୍ରାଉଣ୍ଡରେ ପହଞ୍ଚିବେ। ଯେଉଁଠାରେ ସେ କୁଲୁ ଦଶହରା ଉତ୍ସବରେ ସାମିଲ ହେବେ ବୋଲି ଜଣାପଡିଛି।