ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ମୋଦି

ଭୁବନେଶ୍ୱର,୧୬।୧୦(ବ୍ୟୁରୋ): ଶୁକ୍ରବାର ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୭୫ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ଅନେକ ପ୍ରଶଂସକ ତାଙ୍କୁ ଶୁଭେଚ୍ଛୀ ଜଣାଇଛନ୍ତି। ପ୍ରଧନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଟୁଇଟରରେ ମୁଖ୍ୟମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇ ତାଙ୍କ ଦୀର୍ଘ ଏବଂ ସୁସ୍ଥ ଜୀବନ କାମନା କରିଛନ୍ତି। ସୂଚନାଯୋଗ୍ୟ ଚଳିତବର୍ଷ କରୋନା ଯୋଗୁ ଜନ୍ମଦିନ ପାଳନ କରିବେ ନାହିଁ ବୋଲି ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ। ଏହି ଦିନ ନବୀନ ନିବାସ ନ ଆସି ଗରିବ ଲୋକଙ୍କ ସହାୟତା ଦେବା ସହ ରକ୍ତ ଏବଂ ପ୍ଲାଜମା ଦାନ କରିବା ପାଇଁ ସେ ନିଜ ଶୁଭେଚ୍ଛୁଙ୍କୁ ଅନୁରୋଧ କରିଥିଲେ।

Share