Categories: ଜାତୀୟ

ନାସିକର କାଲାରାମ ମନ୍ଦିରରେ ପୂଜାର୍ଚ୍ଚନା କଲେ ମୋଦି

ମୁମ୍ବାଇ,୧୨।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ନାସିକ ଏବଂ ମୁମ୍ବାଇ ଗସ୍ତରେ ଅଛନ୍ତି। ଜାତୀୟ ଯୁବ ମହୋତ୍ସବକୁ ଉଦଘାଟନ କରିବା ପାଇଁ ପ୍ରଧାନମନ୍ତ୍ରୀ ମହାରାଷ୍ଟ୍ରର ନାସିକରେ ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀ ସେଠାରେ ଏକ ରୋଡ ଶୋ କରୁଛନ୍ତି ଏବଂ ତାଙ୍କ ସହ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଏବଂ ଉପ ମୁଖ୍ୟମନ୍ତ୍ରୀ ଅଜିତ ପାୱାର ମଧ୍ୟ ଅଛନ୍ତି। ନାସିକର ସ୍ଥାନ ତଥା ଏହାର ଆଖପାଖରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି, ଯେଉଁଠାରେ ପ୍ରଧାନମନ୍ତ୍ରୀ ୨୭ ତମ ଜାତୀୟ ଯୁବ ମହୋତ୍ସବ ଉଦଘାଟନ କରିବେ ଏବଂ ସମ୍ବୋଧିତ କରିବେ।
ତାଙ୍କ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦି ପ୍ରଥମେ ନାସିକର କାଲାରାମ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି।
ଏହା ପରେ ସେ ମୁମ୍ବାଇର ମେକଓବର କରୁଥିବା ଭାରତର ସବୁଠାରୁ ଲମ୍ବା କୁହାଯାଉଥିବା ସବୁଦ୍ର ସେତୁ ମୁମ୍ବାଇ ଟ୍ରାନ୍ସ ହାବର୍ର୍‌ ଲିଙ୍କ-ଏମଟିଏଚଏଲ (ଅଟଳ ସେତୁ) କୁ ଉଦଘାଟନ କରିବେ।

Share