Categories: ଜାତୀୟ

ଏକ ସମୟରେ ରାବଣପୋଡି ଉତ୍ସବରେ ସାମିଲ ହେଲେ ମୋଦି-ରାହୁଲ, ଫଟୋ ଭାଇରାଲ

ନୂଆଦିଲ୍ଲୀ,୧୩।୧୦: ଦେଶବ୍ୟାପୀ ପବିତ୍ର ନବରାତ୍ରି ଉତ୍ସବ ଜାରି ରହିଛି। ଏ ନେଇ  ବିଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମ ଚାଲିଛି। ଏହି ଅବସରରେ ଦିଲ୍ଲୀରେ ଏକ ନିଆରା ଚିତ୍ର ଦେଖିବାକୁ ମିଳିଛି । ଏକା ସମୟରେ ରାବଣପୋଡି ଉତ୍ସବରେ ସାମିଲ ହୋଇଥିଲେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ।
ଶନିବାର ସନ୍ଧ୍ୟାରେ ଦିଲ୍ଲୀର ରାମଲୀଳା ମୈଦାନରେ ଆୟୋଜିତ ରାବଣ ଦହନ ଉତ୍ସବରେ ପ୍ରଧାନମନ୍ତ୍ରୀ ମୋଦି ସାମିଲ ହୋଇଥିଲେ । ହାତରେ ଧନୁ ତୀର ଧାରଣ କରି ଉତ୍ସବରୁ ଶୁଭାରମ୍ଭ କରିଥିଲେ ମୋଦି ।
ଅନ୍ୟପକ୍ଷେ, ଦିଲ୍ଲୀର ନବଶ୍ରୀ ଧାର୍ମିକ ପୂଜା କମିଟି ଦ୍ବାରା ଆୟୋଜିତ ରାବଣପୋଡି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ।
ସେ ମଧ୍ୟ ଧନୁ ତୀର ଧାରଣ କରି ରାବଣପୋଡି ଉତ୍ସବକୁ ଆରମ୍ଭ କରିଥିଲେ । ଦଶହରା ଅବସରରେ ଦେଶର ଦୁଇ ରାଜନେତାଙ୍କ କିଛି ଫଟୋ ଭାଇରାଲ ହେବାରେ ଲାଗିଛି । ଦେଶବ୍ୟାପୀ ମା’ଙ୍କ ପୂଜା ପାଇଁ ସବୁଠି ଚଳଚଞ୍ଚଳ। ଶନିବାର ରାତିରେ ଦେଶର ବିଭିନ୍ନ ସ୍ଥାନରେ ରାବଣପୋଡି ଉତ୍ସବ ଆୟୋଜିତ ହୋଇଥିବା ବେଳେ ରବିବାର ଅନ୍ୟ କେତେକ ସ୍ଥାନରେ ରବଣ ପୋଡ଼ି ହେବ।
Share