Categories: ଜାତୀୟ

ମାତୃତ୍ୱ ଲାଭର ମାତ୍ର ୧୪ ଦିନ ପରେ ଶିଶୁକୁ କୋଳରେ ଧରି କାର୍ଯ୍ୟରେ ଯୋଗଦେଲେ ଏସ୍‌ଡିଏମ୍‌

ଗାଜିଆବାଦ,୧୩ ।୧୦: ନିଜ କାର୍ଯ୍ୟକୁ ଅଗ୍ରାଧିକାର ଦେଉଥିବା ଜଣେ କତ୍ତ;ର୍ବ୍ୟନିଷ୍ଠା ମହିଳା ସବ୍‌ଡିଭିଜନାଲ ମାଜିଷ୍ଟ୍ରେଟ ମାତୃତ୍ୱ ଲାଭର ମାତ୍ର ୧୪ ଦିନ ପରେ ନବଜାତକକୁ କୋଳରେ ଧରି କାର୍ଯ୍ୟରେ ଯୋଗ ଦେଇଛନ୍ତି । ଉତ୍ତର ପ୍ରଦେଶ ମୋଦିନଗର ସବ୍‌ଡିଭିଜନାଲ ମାଜିଷ୍ଟ୍ରେଟ ସୌମ୍ୟା ପାଣ୍ଡେ ଗାଜିଆବାଦ ଜିଲାର କୋଭିଡ ନୋଡାଲ ଅଫିସର ଭାବେ କାର୍ଯ୍ୟ କରୁଛନ୍ତି । ଗତ ଜୁଲାଇ ମାସରେ ତାଙ୍କୁ ଏହି ଗୁରୁ ଦାୟିତ୍ୱ ମିଳିଛି । ତେବେ ମାତୃତ୍ୱ ଲାଭର ମାତ୍ର ୧୪ ଦିନ ପରେ ଶିଶୁ କନ୍ୟାକୁ କୋଳରେ ଧରି କାର୍ଯ୍ୟରେ ଯୋଗଦେଇଥିବା ଏହି ଆଇଏଏସ୍ କହିଛନ୍ତି, ମୋ ଉପରେ ଥିବା ଗୁରୁ ଦାୟିତ୍ୱକୁ ମୋତେ ତୁଲାଇବାକୁ ପଡିବ । ତେବେ ଏଥିପାଇଁ ତାଙ୍କୁ ତାଙ୍କ ପରିବାର ଓ ସହକର୍ମୀଙ୍କ ସହଯୋଗ ମିଳିଥିବାରୁ ସେ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି ।

Share