Categories: ଜାତୀୟ

ସାମ୍ନାକୁ ଆସିଲା ମୋଦିଙ୍କ ଆଯୋଧ୍ୟା କାର୍ଯ୍ୟସୂଚୀ: ମଞ୍ଚ ଉପରେ ଭାଗବତଙ୍କ ସମେତ ରହିବେ ଏହି ୫ବିଶିଷ୍ଟ ବ୍ୟକ୍ତି

ଆଯୋଧ୍ୟା,୩୧।୭: ଅଯୋଧ୍ୟାରେ ଅଗଷ୍ଟ ୫ରେ ରାମ ମନ୍ଦିର ନିର୍ମାଣ ପାଇଁ ହେବାକୁ ଥିବା ଭୂମିପୂଜା କାର୍ଯ୍ୟକ୍ରମର ପ୍ରସ୍ତୁତି ଜୋରସୋରରେ ଚାଲିଛି। କାର୍ଯ୍ୟକ୍ରମ ପୂର୍ବରୁ ଅଯୋଧ୍ୟାକୁ ନବବଧୂ ଭଳି ସଜାଯାଉଛି। ଭୂମିପୂଜା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଯୋଧ୍ୟା ଗସ୍ତ କରିବେ। ତେବେ ମୋଦିଙ୍କ ଆଯୋଧ୍ୟା ଗସ୍ତ କାର୍ଯ୍ୟସୂଚୀ ଏବେ ସାମ୍ନାକୁ ଆସିଛି। ବୁଧବାର ୧୧ଟା ୧୫ମିନିଟରେ ମୋଦି ଅଯୋଧ୍ୟା ପହଞ୍ଚିବେ। ସେଠାରେ ସେ ପ୍ରଥମେ ହନୁମାନଗଡ଼ି ଯାଇ ଦର୍ଶନ କରିବେ। ଏହାପରେ ମୋଦି ରାମଲଲାଙ୍କ ଦର୍ଶନ କରି ଭୂମିପୂଜା କାର୍ଯ୍ୟକ୍ରମରେ ସାମିଲ ହେବେ। ତେବେ ଏହି ସମୟରେ ମଞ୍ଚ ଉପରେ ମାତ୍ର ୫ଜଣ ରହିବେ ବୋଲି ଜଣାପଡ଼ିଛି। ପ୍ରଧାନମନ୍ତ୍ରୀ ମୋଦି, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଉତ୍ତରପ୍ରଦେଶ ରାଜ୍ୟପାଳ ଆନନ୍ଦୀ ବେନ ପଟେଲ, ଆରଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତ ଓ ମନ୍ଦିର ଟ୍ରଷ୍ଟର ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଳ ଦାସ ମଞ୍ଚ ଉପରେ ଉପସ୍ଥିତ ରହିବେ ବୋଲି ସୂଚନା ରହିଛି। ସେହିପରି ମୋଦି ସେଠାରେ ୨ ଘଣ୍ଟା ସମୟ ବିତାଇବେ। ଏହାପରେ ସେ ଦ୍ୱିପ୍ରହର ୨ଟାରେ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ କରିବେ। ଏନେଇ ଶୁକ୍ରବାର ଆଯୋଧ୍ୟାର ମାନସ ମନ୍ଦିରରେ ଅଧିକାରୀଙ୍କ ସହ ହୋଇଥିବା ବୈଠକରେ ନିଷ୍ପତ୍ତି ନିଆଯାଇଛି।

Share